ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମ୍ମୁ-କାଶ୍ମୀରରେ ରେକର୍ଡ ଭାଙ୍ଗିଛି ପାରଦ। ଜାମ୍ମୁ-କାଶ୍ମୀରରେ ତାପମାତ୍ରାରେ ଯେଉଁ ହ୍ରାସ ପରିଲକ୍ଷିତ ହୋଇଛି, ତାହା ବିଗତ ୧୧ ବର୍ଷ ମଧ୍ୟରେ ଦେଖିବାକୁ ମିଳି ନଥିଲା। ପ୍ରବଳ ଶୀତ ସାଙ୍ଗକୁ ଥଣ୍ଡା ପବନ ଓ ତୁଷାରପାତ ସମଗ୍ର ଶ୍ରୀନଗର ସମେତ ଜାମ୍ମୁ-କାଶ୍ମୀରର ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି।
ଚଳିତ ଶୀତ ଋତୁରେ ଉପତ୍ୟକାର ପ୍ରାୟ ସର୍ବତ୍ର ତାପାମାତ୍ରା ୫ରୁ ୬ ଡିଗ୍ରୀ ମଧ୍ୟରେ ରହିଥିବା ବେଳେ ଡାଲ୍ ହ୍ରଦଠାରୁ ଆରମ୍ଭ କରି ପ୍ରାୟ ଅନ୍ୟ ସମସ୍ତ ହ୍ରଦର ଜଳ ଏବେ ବରଫ ପାଲଟି ଯାଇଛି।
କେବଳ ହ୍ରଦର ଜଳ ନୁହେଁ ଲୋକଙ୍କ ଘରକୁ ଯାଇଥିବା ପାଇପ୍ ଲାଇନ୍ରେ ଜଳ ମଧ୍ୟ ବରଫ ପାଲଟି ଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଶ୍ରୀନଗରରେ ପାରଦ ୫.୫ ଡିଗ୍ରୀ ତଳକୁ ଖସି ଯାଇଥିବା ବେଳେ କାଶ୍ମୀରରେ ୫.୨ ଡିଗ୍ରୀ ତଳକୁ ଚାଲି ଆସିଥିଲା। ସେହିପରି ଗୁଲମର୍ଗର ତାପମାତ୍ରା ୭.୬ ଡିଗ୍ରୀ ତଳେ ରହିଥିବା ବେଳେ ଲେହେର ତାପମାତ୍ରା ରହିଛି ୧୪.୭ ଡିଗ୍ରୀ ଏବଂ କାରଗିଲର ତାପମାତ୍ରା ରହିଛି ୧୪.୨ ଡିଗ୍ରୀ।