ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ପାଇଁ ୨୦୧୮ ବର୍ଷ ବେଶ୍ ବିବାଦୀୟ ଥିଲା। ଅନେକ ବିବାଦ ଭିତରେ ବଲିଉଡ ଘେରି ହୋଇ ରହିଥିଲା। କିଏ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ ତ କିଏ ଜେଲରେ ବିତାଇଥିଲେ ରାତି। କିଛି ଫିଲ୍ମ ରିଲିଜ୍ ହେବା ଆଗରୁ ଲିକ୍ ହୋଇଗଲା ତ କିଛି ଫିଲ୍ମ ଉପରେ ଲାଗିଲା ଚୋରିର ଅଭିଯୋଗ। କେଉଁ କଳାକାର ସର୍ବସାଧାରଣରେ ଧମକ ଦେଇଥିବା ବେଳେ କିଏ ଫସିଥିଲେ ସେକ୍ସ ରାକେଟରେ। ଆସନ୍ତୁ ଜାଣିବା ୨୦୧୮ର ସବୁଠାରୁ ବିବାଦୀୟ ବଲିଉଡ ଖବର ବିଷୟରେ।

ଜେଲ ଗଲେ ଅଭିନେତା

କଳାହରିଣ ଶିକାର ମାମଲାରେ ଅଭିନେତ୍ରୀ ତବୁ, ସୈଫ୍, ସୋନାଲି ବେନ୍ଦ୍ରେ ଏବଂ ନିଲମ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ସୁପରଷ୍ଟାର ସଲମାନ ଖାନଙ୍କୁ ୫ବର୍ଷର ଜେଲ ହୋଇଥିଲା। କୋର୍ଟରେ ମାମଲାର ଶୁଣାଣି କରାଯିବାର ତୁରନ୍ତ ପରେ ତାଙ୍କୁ ଜେଲ ପଠାଯାଇଥିଲା। କିନ୍ତୁ କିଛି ଘଣ୍ଟା ପରେ ତାଙ୍କୁ ବେଲରେ ବାହାରକୁ ଅଣାଯାଇଥିଲା। ସଲମାନଙ୍କ ଛଡ଼ା ସିଙ୍ଗର ମିକା ସିଂ ଏବଂ ଅଭିନେତା ଅରମାନ କୋହଲିଙ୍କୁ ମଧ୍ୟ ଜେଲ ଯିବାକୁ ପଡ଼ିଥିଲା।

 ମିଠୁକ୍ୟାମ୍ପେନ

‘ମି-ଠୁ’ କ୍ୟାମ୍ପେନର ନିଆଁ ବଲିଉଡରେ ଅନେକ ବଡ଼ବଡ଼ କଳାକାରଙ୍କୁ ଜଳାଇ ରଖିଦେଇଥିଲା। ଏହି ନିଆଁର ଆରମ୍ଭ ଅଭିନେତ୍ରୀ ତନୁଶ୍ରୀ ଦତ୍ତା କରିଥିବା ବେଳେ ଏହା ବଲିଉଡ ସହ ଟେଲିଭିଜନ ତାରକାଙ୍କୁ ମଧ୍ୟ ଏଥିରେ ସାମିଲ କରାଇଥିଲା। ଦେଖିବାକୁ ଗଲେ ଏବେ ମଧ୍ୟ କିଛି କଳାକାର ‘ମି-ଠୁ’ ବିଷୟରେ ଚର୍ଚ୍ଚା କରୁଛନ୍ତି। ତନୁଶ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍’ର ଡ୍ୟାନ୍ସ ସୁଟିଂ ବେଳେ ହଠାତ୍ ନାନା ପାଟେକର ତାଙ୍କୁ ଅଶାଳୀନ ବ୍ୟବହାର କରିବା ସହ ସମ୍ବେଦନଶୀଳ ଅଙ୍ଗ ଛୁଇଁବା ଅଭିଯୋଗ କରିଥିଲେ। ଯେଉଁଥିରେ ତନୁଶ୍ରୀ ଭୟରେ ସେଠାରୁ ପଳାଇଥିଲେ। ତେବେ ଏହି ‘ମି-ଠୁ’ କ୍ୟାମ୍ପେନ ଆଲୋକ ନାଥ, ସାଜିଦ ଖାନ, ବିବେକ ଅଗ୍ନିହୋତ୍ରୀ ଫସିଯାଇଥିଲେ।

ରିଲିଜ୍ ପୂର୍ବରୁ ଲିକ୍

ଚଳିତ ବର୍ଷ ଏପରି ଅନେକ ଫିଲ୍ମ ରହିଥିଲା ଯାହା ରିଲିଜ୍ ପୂର୍ବରୁ ହିଁ ଲିକ୍ ହୋଇଥିଲା। ଏହି ବିଷୟ ବଲିଉଡରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅମିର ଖାନଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ରୁ ସାଉଥର ସୁପରହିଟ ଫିଲ୍ମ ‘ସରକାର’, ମାଲାୟାଲାମ୍ ସୁପରଷ୍ଟାର ମୋହନଲାଲଙ୍କ ଫିଲ୍ମ ‘ଡ୍ରାମା’ ଆଦି ରିଲିଜ୍ ପୂର୍ବରୁ ଲିକ୍ ହୋଇଥିଲା। ଲିକ୍ କାରଣରୁ ଫିଲ୍ମ ଗୁଡ଼ିକର ବକ୍ସ ଅଫିସରେ ଖୁବ ଖରାପ ପରିଣତି ଭୋଗିବାକୁ ପଡ଼ିଥିଲା।

ସେକ୍ସ ରାକେଟରେ ଫସିଲେ ଅଭିନେତ୍ରୀ

ଏହି ବର୍ଷ ଅନେକ ଅଭିନେତ୍ରୀ ଦେହ ବ୍ୟବସାୟୀ ଅଭିଯୋଗରେ ଫସିଛନ୍ତି। ଶ୍ୱେତା ବାସୁ ଏବଂ ସାଉଥର ପ୍ରସିଦ୍ଧ ଅଭିନେତ୍ରୀ ସଙ୍ଗିତା ବାଲାନଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଥିଲା। ଶ୍ୱେତାଙ୍କ ବିରୁଦ୍ଧରେ ୨୦୧୪ରେ ଚାଲିଥିବା ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସେକ୍ସ ରାକେଟରେ ନାମ ଆସିଥିଲା । ନିକଟରେ ସେ ତାଙ୍କର ବହୁ ଦିନର ପ୍ରେମିକ ରୋହିତ ମିତଲଙ୍କ ସହ ବିବାହ କରିଛନ୍ତି।

Comment