ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ହେଶେଲଡିହି ଗ୍ରାମ ଅନ୍ତର୍ଗତ ସାଲଗା ଡୁଙ୍ଗୁରିରେ ବିଷ ପିଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରେମୀଯୁଗଳ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।

ମୃତକଙ୍କ ନିକଟରୁ ସିନ୍ଦୁର ଜବତ ହୋଇଛି। ମୃତକଦ୍ୱୟ ହେଲେ ତିରିଂ ଥାନା ଅନ୍ତର୍ଗତ ବାଙ୍କିଟୋଲା ଭୋଳାଗାଡ଼ିଆ ଗ୍ରାମର ଲଖନ ସୋରେନ (୨୨) ଓ ପ୍ରେମିକା ସୀତାଡ଼ିହି ଗ୍ରାମର ଚମ୍ପା ମୁର୍ମୁ ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ଅସ୍ପଷ୍ଟ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Comment