ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୁବଶୀଘ୍ର ବଜାରକୁ ଆସିବ ନୂଆ ୨୦ଟଙ୍କିଆ ନୋଟ୍। ଏନେଇ ଆରବିଆଇ ବଡ଼ ନିଷ୍ପତ୍ତି ନେଇଛି। ୫୦୦, ୨୦୦, ୧୦୦, ୫୦ ଏବଂ ୧୦ ଟଙ୍କିଆ ନୋଟ୍ ପରେ ଖୁବଶୀଘ୍ର ବଜାରକୁ ଆସିବ ନୂଆ ୨୦ଟଙ୍କିଆ ନୋଟ୍।।

ବିମୁଦ୍ରାକରଣ ପରେ ଏହା ୭ମ କରେନ୍ସି ଯାହାକୁ ଆରବିଆଇ ନେଇ ଆସୁଛି। ଏହି ନୂଆ ୨୦ ଟଙ୍କିଆ ନୋଟରେ ବହୁ ଅତିରିକ୍ତ ସୁରକ୍ଷା ଫିଚର ରହିଛି। ଏଥିରେ ଐତିହାସିକ ସୌଧର ଫଟୋ ରହିବ। ତେବେ ଏହି ନୂଆ ନୋଟ ପୁରୁଣା ତୁଳନାରେ ୨୦ ପ୍ରତିଶତ ଛୋଟ ରହିବ।

ବିମୁଦ୍ରାକରଣ ପରଠାରୁ ଏପର୍ଯ୍ୟନ୍ତ କେନ୍ଦ୍ର ବ୍ୟାଙ୍କ ୧୦, ୫୦, ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କାର ନୂଆ ନୋଟ ଜାରି କରିଛନ୍ତି। ଏହି ସବୁ ନୋଟ ମହାତ୍ମା ଗାନ୍ଧି ସିରିଜର ଜାରି କରାଯାଇଥିଲା। ଏହି ସବୁ ନୋଟ ଗୁଡ଼ିକର ସାଇଜ ପୁରୁଣା ନୋଟ ଅପେକ୍ଷା ଅଲଗା ରହିଛି। ସେହିପରି ଏହି ୨୦ ଟଙ୍କିଆ ନୂଆ ନୋଟରେ ମହାତ୍ମା ଗାନ୍ଧିଙ୍କର ସିରିଜ ଜାରି ହେବ। ତେବେ ପୁରୁଣା ନୋଟଗୁଡ଼ିକ ଚାଲୁ ରହିବ।

ଆରବିଆଇର ତଥ୍ୟ ଅନୁସାରେ ୨୦୧୬ ମାର୍ଚ୍ଚ ୩୧ ସୁଦ୍ଧା ୪.୯୨ ବିଲିୟନ ଖଣ୍ଡ ୨୦ ଟଙ୍କିଆ ନୋଟ୍ ବଜାରକୁ ଆସିଛି। ସେହିପରି ୨୦୧୮ ସୁଦ୍ଧା ଏହା ଦୁଇଗୁଣା ହୋଇ ଅର୍ଥାତ ୧୦ ବିଲିୟନ ଖଣ୍ଡ ନୋଟ୍ ଛଫାଯାଇଛି।

Comment