ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପିପିଲି ପୀଡିତାଙ୍କ ଉପରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ମନ୍ତବ୍ୟକୁ ନେଇ ମହିଳା କଂଗ୍ରେସ ଆଜି ମହାରଥୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲା। ଏହା ସହିତ ଏହାକୁ ନେଇ ରାଜ୍ୟସାରା ମିଶ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଉଛି। ଏ ନେଇ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି।

ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନିଜ ପ୍ରତିକ୍ରିୟାରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମନ୍ତ୍ରୀ ପାତ୍ର କହିଛନ୍ତି,” ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ସେଥିଲାଗି ସେମାନେ ମାଙ୍କଡ ଡିଆଁ ମାରୁଛନ୍ତି। କିଛି କରିପାରୁନାହାନ୍ତି ସେଥିଲାଗି ଏମିତି ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି। ଲୋକଙ୍କ ପାଖରୁ ବିରୋଧୀ ଦୁରେଇ ଯାଇଛନ୍ତି। ବିରୋଧୀ ଅସହାୟ ହୋଇ ପଡ଼ିଥିବାରୁ ଏଭଳି କରୁଛନ୍ତି। ବିରୋଧୀଙ୍କ ପାଖରେ କୌଣସି କାମ ନାହିଁ।”

ଗୁରୁବାର ସକାଳେ ମହିଳା କଂଗ୍ରେସର କର୍ମୀମାନେ ମହାରଥୀଙ୍କ ଘର ସାମ୍ନାକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ଏହା ସହିତ ପିପିଲି ପୀଡିତାଙ୍କୁ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରେ କ୍ଷମା ପ୍ରାର୍ଥନା ସହିତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।

Comment