ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮ ବର୍ଷ ସରିବାକୁ ଆଉ କେଇଟା ଦିନ ଥିବାବେଳେ ୨୦୧୯ ବର୍ଷ ପାଳନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଚଳିତବର୍ଷ ଏଭଳି କିଛି ଚର୍ଚ୍ଚିତ ବ୍ୟକ୍ତି ଅଛନ୍ତି ଯେଉଁମାନେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ ହୋଇଛନ୍ତି। ସାହିତ୍ୟ, ଖେଳ, ମନୋରଞ୍ଜନ କ୍ଷେତ୍ରର ବ୍ୟକ୍ତିତ୍ୱ ଅଛନ୍ତି। ଆସନ୍ତୁ ଜାଣିବା କେଉଁ କ୍ଷେତ୍ରରେ କେଉଁ ବ୍ୟକ୍ତି ସମ୍ମାନିତ ହୋଇଛନ୍ତି।

ପଦ୍ମ ବିଭୂଷଣ

ଚଳିତବର୍ଷ ପଦ୍ମ ବିଭୂଷଣରେ ତିନି ଜଣ ବ୍ୟକ୍ତି ସମ୍ମାନିତ ହୋଇଛନ୍ତି। କଳା ଓ ସଙ୍ଗୀତ କ୍ଷେତ୍ରରେ ତାମିଲନାଡୁର ଇଲେୟାରାଜ ଏବଂ ମହାରାଷ୍ଟ୍ରର ଗୁଲାମ ମୁସ୍ତାଫା ଖାନ ସମ୍ମାନିତ ହୋଇଛନ୍ତି। ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ କେରଳର ପରମେଶ୍ୱରମ ସମ୍ମାନିତ ହୋଇଛନ୍ତି।

ପଦ୍ମ ଭୂଷଣ

୨୦୧୮ ବର୍ଷରେ ମୋଟ ୯ ଜଣ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି। କର୍ଣ୍ଣାଟକର ପଙ୍କଜ ଆଡଭାନୀ, କେରଳର ଫିଲିପସ୍ ମାର୍ କ୍ରିସୋଷ୍ଟମ, ଝାରଖଣ୍ଡର ମହେନ୍ଦ୍ର ସିଂ ଧୋନି, ରୁଷର ଆଲେକଜାଣ୍ଡର କଦାକିନ୍, ତାମିଲନାଡୁର ରାମଚନ୍ଦ୍ରନ ନାଗାସ୍ୱାମୀ, ଆମେରିକାର ବେଦପ୍ରକାଶ ନନ୍ଦା, ଗୋଓାର ଲକ୍ଷ୍ମଣ ପାଇ, ମହାରାଷ୍ଟ୍ରର ଅରବିନ୍ଦ ପାରିଖେ ଏବଂ ବିହାରର ସାରଦା ସିହ୍ନା।

ପଦ୍ମଶ୍ରୀ

ଚଳିତ ବର୍ଷ କଳା, ସାମାଜିକ କ୍ଷେତ୍ର, ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ମେଡିସିନ କ୍ଷେତ୍ରରେ ୮ ଜଣରୁ ଅଧିକ ବ୍ୟକ୍ତି ସମ୍ମାନିତ ହୋଇଛନ୍ତି। କଳାରେ ଅରବିନ୍ଦ ଗୁପ୍ତା ଏବଂ ଭଜୁ ଶ୍ୟାମ, ସାମାଜିକ କ୍ଷେତ୍ର ପାଇଁ ସୁଧାଂଶୁ ବିଶ୍ୱାସ, ମେଡିସିନ(ସାପ କାମୁଡ଼ା) ପାଇଁ ଲକ୍ଷ୍ମୀ କୁଟ୍ଟି, ଏମଆର. ରାଜଗୋପାଲ (ମେଡିସିନ), ବିଜ୍ଞାନ ଏବଂ ଇଞ୍ଜିନିୟରିଂ ପାଇଁ ରାଜଗୋପାଲନ୍ ବାସୁଦେବନ୍, ସାମାଜିକ କ୍ଷେତ୍ର ପାଇଁ ସୁଭାଷିନୀ ମିସ୍ତ୍ରୀ, ଚିକିତ୍ସା କ୍ଷେତ୍ରରେ ବିଜୟଲକ୍ଷ୍ମୀ ନଭନିତ କ୍ରିଷ୍ଣନ, ସୁଲୋଗତି ନରସମ୍ମା ଏବଂ ଢୋଡେନ୍ ସମ୍ମାନିତ ହୋଇଛନ୍ତି।

ଚଳିତ ବର୍ଷ ଭାରତ ରତ୍ନ କାହାକୁ ମିଳିନଥିବାବେଳେ ବିନୋଦ ଖାନ୍ନାଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ମିଳିଛି। ଅମିତାଭ ଘୋଷ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ଚଳିତ ବର୍ଷ ଏମ୍ ମୀରାବାଇ ଚାନୁ ଏବଂ ବିରାଟ କୋହଲି ରାଜୀବ ଗାନ୍ଧି ଖେଳ ରତ୍ନ-୨୦୧୮ରେ ସମ୍ମାନିତ ହୋଇଛନ୍ତି। ସେହିପରି ବିଜୟ ଶର୍ମା, ଏ.ଶ୍ରୀନିବାସ ରାଓ, ସୁଖଦେବ ସିଂହ ପନ୍ନ, କଲରେନ୍ସ ଲୋବୋ, ତାରକ ସିହ୍ନା, ଜିବନ କୁମାର ଶର୍ମା, ବି.ଆର.ବିଡୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ଅର୍ଜୁନ ପୁରସ୍କାରରେ ନିରଜ ଚୋପ୍ରା, ନାଇବ ସୁବେଦାର ଜିନ୍ସ ଜନସନ, ହିମା ଦାସ, ସ୍ମୃତି ମନ୍ଧାନା, ମନପ୍ରୀତ ସିଂହ, ଶୁଭଙ୍କର ଶର୍ମା, ସବିତା, ଅଙ୍କୁର ମିତଲ, ଶ୍ରେୟସୀ ସିଂହ, ରୋହନ ବୋପ୍ପାନା ଏବଂ ମନୋଜ ସରକାର ସମ୍ମାନିତ ହୋଇଛନ୍ତି ।

ଜେମ୍ସ. ପି. ଆଲ୍ଲିସନଙ୍କୁ ନୋବେଲ ପୁରସ୍କାର, ତାସକୁ ହୋଞ୍ଜୋ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସମ୍ମାନିତ ହୋଇଛନ୍ତି। ପଦାର୍ଥ ବିଜ୍ଞାନରେ ଅରଥୁର ଅସକିନ୍, ଜେରାଡ ମୋରେ ଏବଂ ଗ୍ରେଗରୀ ୱିଣ୍ଟର ସମ୍ମାନିତ ହୋଇଛନ୍ତି। ଅର୍ଥଶାସ୍ତ୍ରରେ ଆମେରିକାର ୱିଲିୟମ ଡି.ନର୍ଥହ୍ରସ ପଲ୍ ଏମ୍ ରୋମର ସମ୍ମାନିତ ହୋଇଛନ୍ତି।

ସେହିପରି ମେଡାଲ ଚାନ୍ଦ ପୁରସ୍କାରରେ ସତ୍ୟଦେବ ପ୍ରସାଦ, ଭରତ କୁମାର ଛେତ୍ରୀ, ବବି ଆଲୟେସସ୍ ସମ୍ମାନିତ ହୋଇଛନ୍ତି।

ଟାଇମ୍ସ ମାଗାଜିନ ‘ପର୍ସନ ଅଫ ଦ ଇୟର’ ୨୦୧୮ରେ ୪ଜଣ ସାମ୍ବାଦିକ ସମ୍ମାନିତ ହୋଇଛନ୍ତି। ସେମାନେ ହେଲେ ଜମାଲ ଖାଗୋସି, ମାରିଆ ରେସା, ୱା ଲୋନ୍ ଏବଂ କିଭ୍ ସୋଇଓ।

Comment