ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ସକାଳେ କଟକ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ କମରଦାଠାରେ ଏକ ପିକ୍‌ନିକ୍‌ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି।  ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ଯାତ୍ରୀଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହା ସହିତ ସେମାନଙ୍କ ପରିବାର ଲୋକଙ୍କୁ ଖବର ମଧ୍ୟ ଦିଆଯାଇଛି।

ସୂଚନାନୁସାରେ ବସ୍‌ଟି ଭୁବନେଶ୍ୱରରୁ ପାରାଦୀପ ଯାଉଥିଲା। କମରଦା ଠାରେ ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା ବସଟି। ଘଟଣାସ୍ଥଳରେ ହିଁ ହାଇୱାର ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଛି। କେଉଁ କାରଣ ପାଇଁ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ତାହା ଅସ୍ପଷ୍ଟ ଥିବା ବେଳେ ଯାତ୍ରୀଙ୍କ ଅଭିଯୋଗ ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment