ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଦ୍‌ରେ ଅଟଳ ସେବାୟତ। ଖୋଲିନି ଶ୍ରୀମନ୍ଦିର ଦ୍ୱାର। ଆରମ୍ଭ ହୋଇନି ନୀତିକାନ୍ତି। ଭକ୍ତ ନିରାଶ

ସକାଳଠୁ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ବନ୍ଦ ରହିଛି। ଆଲୋଚନା ଚାଲିଛି। ଅନ୍ୟପଟେ ସେବାୟତ ଓ ପ୍ରଶାସନର ବିବାଦ ଥମିବାର ନାଁ ହି ନେଉନି। ଯେଉଁଥିପାଇଁ ଭକ୍ତ ମାନେ ମଧ୍ୟ ନିରାଶ ହୋଇଛନ୍ତି। ଏହା ସହିତ ସେମାନେ ବ୍ୟାରିକେଡ ଭାଙ୍ଗି ଶ୍ରୀ ମନ୍ଦିର ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଛନ୍ତି। ଘଟଣା ସ୍ତଳରେ ଜିଲ୍ଲପାଳ, ଏସପି ଉପସ୍ଥିତ ଅଛନ୍ତି।

ପୁରୀ ଗଜପତି ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି, ”ଗଜପତି କହିଛନ୍ତି ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ। ଆଲୋଚନା ଦ୍ୱାରା ଯେ କୌଣସି ବିବାଦର ସମାଧାନ ସମ୍ଭବ । ଆବଶ୍ୟକ ପଡିଲେ ସରକାର ଶୀର୍ଷସ୍ତରରେ ହସ୍ତକ୍ଷେପ କରି ସମାଧାନ କରନ୍ତୁ। ଅଗଣିତ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ କରାନଯାଉ। ଶ୍ରୀମନ୍ଦିରର ମହାନ ପରମ୍ପରାରେ କଳଙ୍କ ନ ଲାଗୁ। ଠାକୁରଙ୍କୁ ଅପୂଜା ରଖିବା କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହଁ।”

ଏ ନେଇ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି।

ମନ୍ତ୍ରୀ କହିଛନ୍ତି, ”ସରକାର ଏ ପ୍ରସଙ୍ଗରେ ଅବଗତ ଅଛନ୍ତି। ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଖୁବଶୀଘ୍ର ସମାଧାନ ହୋଇଯିବ।”

Comment