ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତା କାଦର ଖାନଙ୍କ ସ୍ଵାସ୍ଥ୍ୟାବସ୍ଥା ଗମ୍ଭୀର ହୋଇପଡ଼ିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବଲିଉଡ ଅଭିନେତା କାଦର ଖାନ୍‌ଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ୮୧ ବର୍ଷୀୟ ଏହି ଅଭିନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଧୀରେ ଧୀରେ ଗମ୍ଭୀର ହେଉଛି ବୋଲି ସୂଚନା ମିଳିଛି।

ସେ ଗୁରୁତର ଭାବେ ଅସୁସ୍ଥ ଥିବା ଖବର ତାଙ୍କ ପୁଅ ସରଫରାଜ ଦେଇଛନ୍ତି। କାଦରଙ୍କୁ  ନିଶ୍ଵାସ ନେବାରେ ଅସୁବିଧା ହେଉଛି ବୋଲି ତାଙ୍କ ପୁଅ କହିଛନ୍ତି।

ଡାକ୍ତର ତାଙ୍କୁ କଥାବର୍ତ୍ତା କରିବାକୁ ମନା କରିଦେଇଛନ୍ତି। ଡାକ୍ତରୀ ଟିମ୍ ଲଗାତର ତାଙ୍କ ଚିକିତ୍ସା କରୁଛନ୍ତି ବୋଲି ପୁଅ ସରଫରାଜ କହିଛନ୍ତି। ତେବେ ଏହାପୂର୍ବରୁ କାଦରଙ୍କ ମୃତ୍ୟୁ ହୋଇଯାଇଥିବାନେଇ ଅନେକ ଥର ଅପପ୍ରଚାର ହୋଇଛି।

କାଦର ଦୀର୍ଘ ଦିନରୁ ସିନେମାଜଗତରୁ ଦୂରେଇ ରହିଛନ୍ତି। ପରିବାର ସହିତ କାନାଡାରେ ରହୁଥିଲେ। ସେ ପାଖାପାଖି ୩୦୦ ଫିଲ୍ମରେ ଅଭିନୟ କରିଛନ୍ତି।

କାଦର ଖାନ ଶେଷଥର ପାଇଁ ୨୦୧୫ରେ ରିଲିଜ ହୋଇଥିବା ଫିଲ୍ମ ‘ଦିମାଗ କି ଦହି’ ଫିଲ୍ମରେ ନଜର ଆସିଥିଲେ।

Comment