ଓଡ଼ିଶାଲାଇଭ୍ ବ୍ୟୁରୋ

ସମାଧାନ ହୋଇପାରୁନାହିଁ ସେବାୟତ ଓ ପ୍ରଶାସନ ମଧ୍ୟରେ ଚାଲିଥିବା ବିବାଦ। ଯେଉଁଥିଲାଗି ସକାଳଠୁ ଉପାସ ଅଛନ୍ତି ମହାପ୍ରଭୁ। ସେବାୟତ ତାଙ୍କ ଜିଦ୍‌ରେ ଅଟଳ ଅଛନ୍ତି। ଆଜି ମହାପ୍ରଭୁଙ୍କର କୌଣସି ନୀତିକାନ୍ତି ବି କରାଯାଇନାହିଁ।

ଅନ୍ୟପଟେ ମହାପ୍ରଭୁଙ୍କ ଦର୍ଶନ ନପାଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ମନ୍ଦିର ଭିତରକୁ ଧସେଇ ପସିବାକୁ ଚେଷ୍ଟା କରିଛନ୍ତି ଭକ୍ତ।  ଅନେକ ସମୟ ଧରି ସମସ୍ୟାର ସମାଧାନ ହେଉନଥିବାରୁ ବ୍ୟାରିକେଡ ଭାଙ୍ଗି ମନ୍ଦିର ଭିତରକୁ ଯିବାକୁ ଚେଷ୍ଟା କରିଛନ୍ତି ଭକ୍ତ।  ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ସମସ୍ୟାର ସମାଧାନ ଲାଗି ଚେଷ୍ଟା ଚାଲିଛି ଦ୍ୱିତୀୟ ଥର ଆଲୋଚନା କରାଯାଉଛି। ଘଟଣାସ୍ଥଳରେ ପୁରୀ ଏସ୍‌ପି ଓ ଜିଲ୍ଲାପାଳ ଉପସ୍ଥିତ ଅଛନ୍ତି।

ଏ ନେଇ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, “ବିଶୃଙ୍ଖଳାର ଅନେକ କାରଣ ଅଛି। ସେବାୟତ ମାନେ ସହଯୋଗ କରିବା ଜରୁରୀ। ସମସ୍ୟା ଲାଗି ପଦକ୍ଷେପ ନିଆଯିବା ଆବଶ୍ୟତ। ସମସ୍ୟାର ସମାଧାନ ସ୍ଥାୟୀ ହେଉ। ନୀତିକାନ୍ତି ବିଳମ୍ବ ନେଇ ଶ୍ରଦ୍ଧାଳୁ ଅସୁବିଧା ଭୋଗୁଛନ୍ତି।”

ତେବେ ଦ୍ୱିତୀୟ ଥର ଆଲୋଚନାରୁ କଣ ନିଷ୍ପତ୍ତି ନିଆଯାଉଛି। ଆଉ ମହାପ୍ରଭୁଙ୍କ ନୀତିକାନ୍ତି କେବେ ସ୍ୱାଭାବିକ ହେବ ଏବଂ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବେ ତାହାକୁ ହିଁ ଲକ୍ଷାଧିକ ଭକ୍ତ ଅପେକ୍ଷା କରିଛନ୍ତି।

Comment