ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ବର୍ଷ ଆରମ୍ଭ ହେବା ପୂର୍ବରୁ ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦରରେ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ନିକଟରେ ଅଶୌଧିତ ତେଲ ଦର ପାଖାପାଖି ଦେଢ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। ଶୁକ୍ରବାର ସକାଳେ ଅଶୌଧିତ ତେଲ ଦର ୫୩ ଡଲାର ପ୍ରତି ବ୍ୟାରେଲ ପିଛା ପହଞ୍ଚିଥିଲା।

ମାତ୍ର ଘରୋଇ ବଜାରରେ ତେଲ ଦର କମିଛି। ଇଣ୍ଡିଆନ୍ ଅଏଲ୍‌ ୱେବସାଇଟ୍‌ ଅନୁସାରେ ଶୁକ୍ରବାର ପେଟ୍ରୋଲ ୧୯ ପଇସା ଓ ଡିଜେଲ ୧୪ପଇସା ପ୍ରତି ଲିଟରରେ କମିଛି। ଏହା ସହିତ ଦ୍ୱିତୀୟ ଦିନ ଲାଗି ପେଟ୍ରୋଲ ଓ ଡିଜେଲର ଦର କମିଛି। ଏହା ପରେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ପୁଣିଥରେ କମିବା ନେଇ ଆଶା କରାଯାଉଛି।

ଦର କମିବା ପରେ ଦିଲ୍ଲୀରେ ପେଟ୍ରୋଲ ୬୯.୫୫ ଟଙ୍କା ଓ ଡିଜେଲ ୬୩.୬୨ଟଙ୍କା ପ୍ରତି ଲିଟର ହୋଇଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ଦର କମଶଃ ୭୧.୬୫, ୭୫.୧୮ ଓ ୭୨.୧୬ ଟଙ୍କା ରହିଛି। ଏହା ସହିତ କୋଲକତା, ମୁମ୍ବାଇ, ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର କମିଛି।

Comment