ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଲାଏନ୍ସ ଜିଓ ଆଣିଲା ନୂଆ ଅଫର୍‌। ୩୯୯ ଟଙ୍କା ରିଚାର୍ଜରେ ପାଇବେ ୧୦୦ ପ୍ରତିଶତ କ୍ୟାସବ୍ୟାକ୍‌।

ନ୍ୟୁ ଇଅର ଅବସରରେ ରିଲାଏନ୍ସ ଜିଓ ପୁଣି ଥରେ ଭେଟି ଦେଉଛି ହାପି ନିୟ୍ୟୁ ଇଅର ଅଫର୍‌। ଏହି ଅଫର ମାଧ୍ୟମରେ ଜିଓ କଷ୍ଟମର୍‌ଙ୍କୁ ରିଚାର୍ଜରେ ୧୦୦ପ୍ରତିଶତ କ୍ୟାସବ୍ୟାକ୍‌ ମିଳିବ। ଏହି ଅଫର୍‌ର ଲାଭ ଉଠାଇବା ପାଇଁ  ଆପଣଙ୍କ ଜିଓ ସିମ୍‌ରେ ୩୯୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ।

ଏହି କ୍ୟାସବ୍ୟାକ୍‌ ରିଲାଏନ୍ସ ଜିଓର ଆଜିଓ ସପିଂ କୁପନ୍‌ ଜରିଆରେ କଷ୍ଟମର୍‌ ପାଇପାରିବେ। ଆଜିଓ ସପିଂ ୱେବସାଇଟ୍‌(www.ajio.com) ରେ ଜିନିଷ କିଣାବିକା ସମୟରେ ଏହି କୁପନ୍‌କୁ ବ୍ୟବହାର କରିପାରିବେ।

ଏହି ଅଫର୍‌ର ଲାଭ ଉଠାଇବା ପାଇଁ କଷ୍ଟମର୍‌ ନିଜ ଜିଓ ନମ୍ବରରେ ୩୯୯ ଟଙ୍କା ରିଚାର୍ଜ କରିବେ। ରିଚାର୍ଜ କରିବା ପରେ କମ୍ପାନି ଠାରୁ ଆପଣଙ୍କୁ ୩୯୯ଟଙ୍କାର ଆଜିଓ କୁପନ ମିଳିବ। ଏହି କୁପନ ଆଜିଓ ୱେବସାଇଟ୍‌ର ମାଇ କୁପନ ସେକ୍ସନରେ ପାଇପାରିବେ।

ଏହି କୁପନକୁ ବ୍ୟବହାର ପାଇଁ କିଛି ସର୍ତ୍ତାବଳୀ ରହିଛି। ଆଜିଓ ୱେବସାଇଟ୍‌ରେ ୧୦୦୦ଟଙ୍କାର ଜିନିଷ କିଣିଲେ ହିଁ ଏହି କୁପନକୁ ବ୍ୟବହାର କରାଯାଇପାରିବ। ଏହି ଅଫର୍‌ ୨୦୧୯ ଜାନୁଆରୀ ୩୧ ପର୍ଯ୍ୟନ୍ତ ଉପଲବ୍ଧ ଥିବାବେଳେ କୁପନକୁ ୧୫ ମାର୍ଚ୍ଚ ଯାଏଁ ବ୍ୟବହାର କରିପାରିବେ।

Comment