ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରରେ ଫେରିଲା ସ୍ୱାଭାବିକ ଅବସ୍ଥା। ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ପରେ ଖୋଲିଲା ଶ୍ରୀମନ୍ଦିରର ଭିତର କବାଟ। ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ଆରମ୍ଭ ହୋଇଛି। ଭିତର କବାଟ ଖୋଲିବା ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯାଉଛନ୍ତି।

ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ ଚାଲିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, “ଆଲୋଚନା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି। ମହାପ୍ରଭୁଙ୍କ ନୀତିକାନ୍ତି ସୂଚାରୁରୂପେ ଆରମ୍ଭ ହୋଇଛି। ଭକ୍ତମାନେ ଯେପରି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିବେ ସେଥିପ୍ରତି ବ୍ୟବସ୍ଥା କରାଯାଇଛି।”

ପୋଲିସ ଏବଂ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଆଜି ଶ୍ରୀମନ୍ଦିରର ଭିତର କବାଟ ଖୋଲି ନଥିଲା। ମହାପ୍ରଭୁଙ୍କ ନୀତିକାନ୍ତି ହୋଇପାରି ନଥିଲା। ସିଂହଦ୍ୱାର ସମ୍ମୁଖରେ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଛିଡ଼ା ହୋଇ ରହିଥିଲେ। ପୋଲିସ ଏବଂ ଭକ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

Comment