ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍‌ ବ୍ୟୁରୋ

୨୦୧୯ ଭାଲେଣ୍ଟାଇନ ଡେ’ରେ ସୋନମ କପୁର ଓ ରାଜକୁମାର ରାଓଙ୍କ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିବ। ପ୍ରଥମଥର ପାଇଁ ଅଭିନେତା ଅନିଲ କପୁର ଏହି ଫିଲ୍ମରେ ନିଜ ଝିଅ ସୋନମ କପୁରଙ୍କ ସହ ଅଭିନୟ କରିଛନ୍ତି। ଅଭିନେତା ଅନିଲ କପୁର, ସୋନମ କପୁର ଓ ରାଜକୁମାର ରାଓଙ୍କ ଫିଲ୍ମ ‘ଏକ୍‌ ଲଡ଼କି କୋ ଦେଖା ତୋ ଏସା ଲଗା’।

ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ଶୈଳୀ ଚୋପ୍ରା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ବିଧୁ ବିନୋଦ ଚୋପ୍ରା ଏହାର ପ୍ରଜୋଜନା ଭାର ସମ୍ଭାଳିଛନ୍ତି।

ଫିଲ୍ମ ‘ଏକ୍‌ ଲଡ଼କି କୋ ଦେଖା ତୋ ଏସା ଲଗା’ କାହାଣୀ ଲଭ୍‌ଷ୍ଟୋରୀ ଉପରେ ଆଧାରିତ। ଅଭିନେତ୍ରୀ ସୋନମ କପୁର ଏହି ଫିଲ୍ମରେ ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ସୋନମଙ୍କ ଅପୋଜିଟ୍‌ରେ ରାଜକୁମାର ରାଓଙ୍କୁ ଦେଖିବାକୁ ମିଳିବ।

ଏମାନଙ୍କୁ ଛାଡିଲେ ଫିଲ୍ମରେ ଜୁହି ଜାୱଲାଙ୍କୁ ବିଶେଷ ଭୂମିକାରେ ଅଭିନୟ କରିଛନ୍ତି। ଦର୍ଶକ ଜୁହି ଜାୱଲା ଓ ଅନିଲ କପୁରଙ୍କ ଜୋଡ଼ିକୁ ପରଦା ଉପରେ ଦେଖିବାକୁ ପାଇବେ।

ଫିଲ୍ମ ‘ଏକ୍‌ ଲଡ଼କି କୋ ଦେଖା ତୋ ଏସା ଲଗା’ର ଟାଇଟେଲ୍‌ ମନିଷା କୋଇରାଲା-ଅନିଲ କପୁରଙ୍କ ନବେ ଦଶକର ହିଟ୍‌ ଫିଲ୍ମ ‘୧୯୪୨ ଏ ଲଭ୍‌ ଷ୍ଟୋରୀ’ର ପପୁଲାର ଗୀତକୁ ନେଇ ହୋଇଛି।

୨୦୧୯ ଭାଲେଣ୍ଟାଇନ ଡେ’କୁ ଦୃଷ୍ଟିରେ ରଖି ଫେବୃଆରୀ ୧ରେ ଫିଲ୍ମ ‘ଏକ୍‌ ଲଡ଼କି କୋ ଦେଖା ତୋ ଏସା ଲଗା’ ରିଲିଜ୍‌ ହେବ। ତେଣୁ ବକ୍ସ ଅଫିସ୍‌ରେ ଏହି ଫିଲ୍ମ ରେକର୍ଡ କରିବ ବୋଲି ଆଶା କରାଯାଉଛି। ରିଏଲ୍‌ ବାପାଙ୍କ ସହ ରିଲ୍‌ରେ ସୋନମ କିପରି ଅଭିନୟ କରିଛନ୍ତି ସେ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।

Comment