ଓଡ଼ିଶାଲାଇଭ୍ ବ୍ୟୁରୋ

  • ରୋବଟ୍‌ର ନାମ ରହିଛି ଉସ୍ତାଦ
  • ନାଗପୁର ଡିଭିଜନ ଏହାକୁ ନିର୍ମାଣ କରିଛି
  • କର୍ମଚାରୀଙ୍କ କାମ ସହଜ କରିବ
  • ନିର୍ଭୁଲ ତଥ୍ୟ ଦେବ
  • କମ୍ପ୍ୟୁଟରଓ ମୋବାଇଲରେ ରୋବଟ୍‌କୁ ନିୟନ୍ତ୍ରଣ କରିହେବ

ଏଣିକି ରେଳ ଦୁର୍ଘଟଣା ରୋକିବ ରୋବଟ୍। ରେଳ ଦୁର୍ଘଟଣା ରୋକିବା ପାଇଁ ଭାରତୀୟ ରେଳ ବିଭାଗର ନାଗପୁର ଡିଭିଜନ ଏହି ରୋବଟ୍ ନିର୍ମାଣ କରିଛି। ଏହାର ନାମ ରଖାଯାଇଛି ‘ଉସ୍ତାଦ’। ଉସ୍ତାଦର ବିଶେଷତ୍ଵ ହେଉଛି ଏହା ଟ୍ରେନର ତଳ ଅଂଶର ଫଟୋଗ୍ରାଫି କରିବା ସହିତ ଟ୍ରେନର ପାର୍ଟ୍ସକୁ ବି ଯାଞ୍ଚ କରିବ।

ଏବେ ଟ୍ରେନ ଲାଇନ୍‌ରେ ଟ୍ରେନ କୋଚ୍‌ର ତଳ ଅଂଶକୁ ରୋବଟ୍ ସାହାଯ୍ୟରେ ପରୀକ୍ଷା କରାଯାଉଛି। ଯଦି ଏହି ପରୀକ୍ଷା ସଫଳ ହୁଏ ତେବେ ଟ୍ରେନର ପାର୍ଟ୍ସ ଯାଞ୍ଚ ତଥା ନିରୀକ୍ଷଣ ପାଇଁ ରୋବଟ୍‌କୁ ନିୟୋଜିତ କରାଯିବ।

ଏହା ଟ୍ରେନ କର୍ମଚାରୀଙ୍କ କାର୍ଯ୍ୟକୁ ସହଜ କରିବ ତାହାନୁହେଁ ଟ୍ରେନ ପାର୍ଟ୍ସ ଯାଞ୍ଚକୁ ବି ସରଳ କରିବ।

ଏହି  ରୋବଟ୍‌ରେ ଏଚଡି କ୍ୟାମେରା ଲାଗିବା ସହିତ ଏଲଇଡି ଫ୍ଲଡ ଲାଇଟ ଲାଗିଛି। ରୋବର୍ଟରେ ଲାଗିଥିବା କ୍ୟାମେରା ୩୦୬ ଡିଗ୍ରୀ ପର୍ଯ୍ୟନ୍ତ ଫଟୋ ଉଠାଇବା ସହିତ ଭିଡଓ ରେକର୍ଡିଂ କରିପାରିବ।

କମ୍ପ୍ୟଟର ବା ମୋବାଇଲରେ ପରିଚାଳିତ କରି ରୋବଟ୍ ଉଠାଇଥିବା ଫଟୋ ବା ଭିଡିଓକୁ ଦେଖି ଇଞ୍ଜିନିୟରମାନେ ଟ୍ରେନର ପାର୍ଟ୍ସକୁ ଯାଞ୍ଚ କରିପାରିବେ।

Comment