ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍‌ ବ୍ୟୁରୋ

୨୦୧୮ରେ ଅନେକ ନୂଆ ନାୟକ ଓଲିଉଡରେ ଏଣ୍ଟ୍ରି କରିଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ।

ଚଳିତ ବର୍ଷ ବେଶ୍ କେତେଜଣ ନବାଗତ ନାୟକ, ନାୟିକା, ସଙ୍ଗୀତକାର, ନିର୍ଦ୍ଦେଶକଙ୍କର ପ୍ରଥମ ଓଡ଼ିଆ ସିନେମା ରିଲିଜ୍ ହୋଇଛି। ଆସନ୍ତୁ ଜାଣିବା ୨୦୧୮ରେ ଓଲିଉଡରେ ଏଣ୍ଟ୍ରି କରିଥିବା ନୂଆ ନାୟକଙ୍କ ବିଷୟରେ

କରଣ:-

୨୦୧୮ର ସବୁଠାରୁ ଚର୍ଚ୍ଚିତ ନବାଗତ ନାୟକ ହେଲେ କରଣ। ତାଙ୍କୁ ଏ ବର୍ଷ ଦର୍ଶକ ‘ଶକ୍ତି’ ସିନେମାରେ ନାୟକ ଭାବେ ଦେଖିବାକୁ ପାଇଛନ୍ତି। ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କରଣଙ୍କ ଅଭିନୟ ଖୁବ୍ ଦମଦାର ଥିଲା।

ଆର୍ଯ୍ୟନ୍ ଦାଶ କୁମାର:-

୨୦୧୮ର ଅନ୍ୟତମ ଚର୍ଚ୍ଚିତ ନବାଗତ ନାୟକ ହେଲେ ଆର୍ଯ୍ୟନ୍ ଦାଶ କୁମାର। ସେ ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ‘ଯୋଗୀ’ଫିଲ୍ମରେ ମୁଖ୍ୟବ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଅନ୍ୟ ଏକ ଫିଲ୍ମ ‘ଯୋଉଠି ଥିଲେ ବି ତୁ ମୋର’ ରିଲିଜ୍ ଅପେକ୍ଷାରେ ରହିଛି।

ସମ୍ବିତ କୁମାର:-

ଏ ବର୍ଷର ମୁକ୍ତିଲାଭ କରିଥିବା ସିନେମା ‘ତୁ ମୋ ସୁଇଟ୍‌ ୧୬’ ରେ ନବାଗତ ସମ୍ବିତ କୁମାରଙ୍କୁ ନାୟକଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି।

ସୋହମ୍ ସିଂହ:-

ଓଲିଉଡ ଆକ୍ସନ୍ ଫିଲ୍ମ ‘ଅଜାତ ଶତ୍ରୁ’ରେ ଜଣେ ନବାଗତଙ୍କୁ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ତାଙ୍କ ନାଆଁ ହେଲା ସୋହମ୍ ସିଂହ।

ରାକେଶ:-

ରୋମାଣ୍ଟିକ୍-ସସପେନ୍ସ ଫିଲ୍ମ ‘ଲଭ ପ୍ରମିଜ୍’ରେ ଜଣେ ଡ୍ୟାନ୍ସର ହିରୋ ଭୂମିକାରେ ନଜର ଆସିଥିଲେ ଅଭିନେତା ରାକେଶ।

ସୂର୍ଯ୍ୟକାନ୍ତ ସାମଲ:-

୨୦୧୮ର ଏକ ରୋମାଣ୍ଟିକ ଫିଲ୍ମ ‘ଗୁଡୁ ଆଣ୍ଡ୍ ଗୁଡ଼ି’ରେ ଯେଉଁ ନୂଆ ନାୟକ ପରଦା ଉପରକୁ ଆସିଥିଲେ, ସେ ହେଲେ ସୂର୍ଯ୍ୟକାନ୍ତ ସାମଲ।

ବିଭାସ:-

୨୦୧୮ର ପ୍ରଶଂସିତ ସିନେମା ‘ମନର ମାନସୀ’ ଜରିଆରେ ଓଲିଉଡରେ ହିରୋ ଭାବେ ଡେବ୍ୟୁ କରିଛନ୍ତି ବିଭାସ।

ମନୋଜ ରାଉତ:-

‘ଦୀପୁ ଦ ଡ୍ୟାନ୍ସ ବୟ’ ଜରିଆରେ ନବାଗତ ମନୋଜ ରାଉତ ଓଲିଉଡରେ ନାୟକ ଭାବେ ଡେବ୍ୟୁ କରିଛନ୍ତି।

ତୁଷାର:-

ସସପେନ୍ସ-ଡ୍ରାମା ଫିଲ୍ମ ‘ରହସ୍ୟ’ ରେ ନବାଗତ ତୁଷାର ନାୟକ ନଜର ଆସିଛନ୍ତି।

ମୁନ୍ନା:-

ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ଦ୍ୱିତୀୟ ଓଡ଼ିଆ ସିନେମା ‘ଦିୱାନା ହେଲି ତୋ ପାଇଁ’ରେ ରୀୟା ଦେଙ୍କ ବିପକ୍ଷରେ ଜଣେ ନବାଗତ ନାୟକ ଭୂମିକାରେ ନଜର ଆସିଛନ୍ତି। ଏହି ନାୟକ ଜଣକ ହେଲେ ମୁନ୍ନା।

ଅର୍ପଣ:-

ଟି. ଗଣେଶଙ୍କ ନିର୍ଦ୍ଦେଶିତ ଚଳଚିତ୍ର ‘ହତ୍ୟା’ରେ ନବାଗତ ଅର୍ପଣ ନଜର ଆସିଛନ୍ତି ନାୟକ ଚରିତ୍ରରେ।

ରୋନକ ଦାସ:-

ଉମେଶ ଦାଶଙ୍କ ଫିଲ୍ମ ‘ଏକ୍ସ କ୍ୟୁଜ୍ ମି’ର ନୂଆ ହିରୋ ହେଲେ ରୋନକ ଦାସ।

Comment