ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଂଲାଦେଶ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଚତୁର୍ଥ ଥର ଲାଗି ବାଜିମାତ କରିଛନ୍ତି। ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା ହୋଇନଥିଲେ ବି ହାସିନାଙ୍କ ଆୱାମୀ ଲିଗ୍‌ ପାର୍ଟି ସରକାର ଗଢିବା ଗୋଟେ ପ୍ରକାର ନିଶ୍ଚିତ ହୋଇଯାଇଛି। କିଛି ରିପୋର୍ଟ ଅନୁସାରେ ଆୱାମୀ ଲିଗ୍‌ ପାର୍ଟି ୩୦୦ ସିଟ୍‌ରୁ ୨୬୦ରୁ ଅଧିକ ସିଟ୍‌ରେ ବାଜିମାତ କରିଛି।

ଏହି ଫଳାଫଳକୁ ନେଇ ଶାସକ ଜାଲିଆତି କରିଥିବା ବିରୋଧି ମେଣ୍ଟ ଅଭିଯୋଗ କରି ସାନି ନିର୍ବାଚନ ପାଇଁ ଦାବି କରିଛି। ରିପୋର୍ଟ ଅନୁସାରେ ନିର୍ବାଚନୀ ହିଂସାରେ ୧୭ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକ ଆହତ ହୋଇଛନ୍ତି।

ଆୱାମୀ ଲିଗ୍‌ ପାର୍ଟି ଜିତିବା ସହିତ ଦୀର୍ଘ ସମୟ ଧରି ବାଂଲାଦେଶ ପ୍ରଧାନମନ୍ତ୍ରୀ ଥିବା ହସିନା ପୁଣିଥରେ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ସେଥିପାଇଁ ଆୱାମୀ ଲିଗ୍‌ ପାର୍ଟିର କର୍ମକର୍ତ୍ତା ସେଲିବ୍ରେସନ ମୁଡରେ ଅଛନ୍ତି।

Comment