ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆଜିଠୁ କାଳିଆ ଯୋଜନାକୁ ବିଧିବଦ୍ଧଭାବେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିବେ। ଏହି ଯୋଜନା ମାଧ୍ୟମରେ ୩୦ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିପାରିବ। ଏହି ସହାୟତା ୫ଟି କିସ୍ତିରେ ଚାଷୀ ମାନେ ପାଇପାରିବେ। ଏହା ସହିତ ଏହି ଯୋଜନାରେ ଚାଷୀ ମାନେ ଅନେକ କିଛି ସହାୟତା ମଧ୍ୟ ପାଇପାରିବେ।

ଶନିବାର ବସିଥିବା କ୍ୟାବିନେଟ ବୈଠକରେ କାଳିଆ ଯୋଜନା ଲାଗି ଥିବା ଫଣ୍ଡକୁ ବଢାଯାଇ ୧୬୦୦କୋଟି କରାଯାଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଏହି ଯୋଜନା ମାଧ୍ୟମରେ ୮୦ରୁ୯୦ ପ୍ରତିଶତ ଚାଷୀ ସୁବିଧା ପାଇପାରିବେ। କାଳିଆ ଏକ ବାସ୍ତବ ଧର୍ମୀ ଯୋଜନା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ବିରୋଧୀ ସରକାରଙ୍କ ଏହି ଯୋଜନାକୁ ନେଇ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଶାସକ-ବିରୋଧୀ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଯୋଜାନ ଦ୍ୱାରା ଚାଷୀଙ୍କଠାରୁ କଳାକନା ବୁଲାଯାଇଛି। କେବଳ ବିରୋଧୀ ନୁହଁ ବରଂ ନବ ନିର୍ମାଣ କୃଷକ ସଂଗଠନ ତରଫରୁ ମଧ୍ୟ ଏହାକୁ ବିରୋଧ କରାଯାଇଛି।

Comment