ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁଝର ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ସବୁଠାରୁ ବଡ଼ ରଥ ଭାବେ ମାନ୍ୟତା ପାଇଛି। ଏହା ଘୋଷଣା କରିଛନ୍ତି ଗ୍ଲୋବାଲ ରେକର୍ଡସ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ (ଜିଆରଆରଏଫ)। ଏହାସହ ଏସିଆ ପେସିଫିକ୍ ରେକର୍ଡସ ଓ ଇଣ୍ଡିଆନ୍ ନ୍ୟାସନାଲ ରେକର୍ଡ ଏହି ରଥକୁ ସବୁଠୁ ବଡ଼ ରଥର ମାନ୍ୟାତା ଦେଇଛି।
ପୂର୍ବରୁ କେନ୍ଦୁଝର ଶ୍ରୀବଳଦେବଜୀଉଙ୍କ ରଥ ସବୁଠୁ ବଡ଼ ରଥ ବୋଲି ବାରମ୍ବାର ବିଭିନ୍ନ ଫୋରମ୍ରେ ଦାବି ହୋଇ ଆସୁଥିଲା। ତେବେ ଗ୍ଲୋବାଲ ରେକର୍ଡସ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ ଏନେଇ ଯାଞ୍ଚ କରି ବିଧିବଦ୍ଧ ଘୋଷଣା କରାଯାଇଛି।
କେନ୍ଦୁଝର ଶ୍ରୀବଳଦେବଜୀଉଙ୍କ ରଥର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ଏହାର ପ୍ରସ୍ଥ ୪୫ ଫୁଟ।