ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଷୀମାନଙ୍କୁ ନୂଆ ବର୍ଷର ଉପହାର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀ ଏବଂ ଚାଷର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସୋମବାର ରାଜ୍ୟ ସଚିବାଳୟରେ ‘କାଳିଆ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରୁ ଚାଷୀ ସିଧାସଳଖ ଉପକୃତ ହୋଇପାରିବେ।

‘କାଳିଆ’ ଯୋଜନାରେ କ’ଣ ରହିଛି?

  • ପ୍ରତି ଋତୁରେ ୩୦ ଲକ୍ଷ ୧୭ ହଜାର ୬୦୦ ଚାଷୀଙ୍କୁ ପରିବାର ପିଛା ୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ।
  • ୧୦ ଲକ୍ଷ ଭୂମିହୀନ ପରିବାର ପିଛା ଜୀବିକା ନିର୍ବାହ ନିମନ୍ତେ ୧୨,୫୦୦ ଟଙ୍କା ସହାୟତା ୩ ବର୍ଷ ପାଇଁ ପ୍ରଦାନ କରାଯିବ।
  • ୨୦୧୮-୧୯ ଆର୍ଥିକ ବର୍ଷରେ ୧ ଲକ୍ଷ ଭୂମିହୀନ ପରିବାରକୁ କୃଷି ତଥା ଆନୁଷଙ୍ଗିକ କାର୍ଯ୍ୟ ପାଇଁ ସହାୟତା ପ୍ରଦାନ କରାଯିବ।
  • ୫ ଲକ୍ଷ ଅସହାୟ ତଥା ଅକ୍ଷମ ଚାଷୀ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।
  • ୩୨ ଲକ୍ଷ ୮୦ ହଜାର ଚାଷୀ ଓ ୨୪ ଲକ୍ଷ ୨୦ ହଜାର ଭୂମିହୀନ ଚାଷୀ ଚାଷୀଙ୍କୁ ଜୀବନ ବୀମା ସହାୟତା ମିଳିବ। ପ୍ରିମିୟମ ବାବଦକୁ ୧୭୧ ଟଙ୍କା ପ୍ରଦାନ କରାଯିବ। ୫୦ରୁ ୭୦ ବର୍ଷ ବୟସ୍କ ଚାଷୀମାନଙ୍କୁ ଅତିରିକ୍ତ ବୀମା ରାଶି ୧୨ ଟଙ୍କା ପ୍ରଦାନ କରାଯିବ।
  • ଚାଷୀମାନଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପ୍ରଦାନ କରିବାର ସୁବିଧା କରାଯାଇଛି। ଏଥିପାଇଁ ସରକାର ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ୧୧୦ କୋଟି ଟଙ୍କା ସୁଧ ବାବଦରେ ବହନ କରିବେ।
  • ବିଭିନ୍ନ କୃଷି ସରଞ୍ଜାମ ବାବଦରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ପାଇଁ ୨୦୧୮-୧୯ଠାରୁ ପରିବାର ପ୍ରତି ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

‘କାଳିଆ’ ଯୋଜନାର ସୁପରିଚାଳନା ନିମନ୍ତେ ପଞ୍ଚାୟତ ସ୍ତରୀୟ ନୋଡାଲ ଅଧିକାରୀ ଏବଂ କେତୋଟି ପଞ୍ଚାୟତ ପାଇଁ ସେକ୍ଟର ଅଧିକାରୀ ବିଭିନ୍ନ ବିଭାଗରୁ ନିୟୋଜନ କରାଯାଇଛି। ଯେଉଁ ଚାଷୀମାନଙ୍କ ନାମ ତାଲିକାରେ ନଥିବ ସେମାନେ ମଧ୍ୟ ଏହି ଯୋଜନାରୁ ଲାଭ ଉଠାଇ ପାରିବେ।

Comment