ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୬ ତାରିଖରେ ବଲାଙ୍ଗିର ଗସ୍ତରେ ଆସିବେ। ଏଥିପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତ ଜୋରଦାର କରାଯାଉଛି। ମୋଦି ବଲାଙ୍ଗିରରେ ଦୁଇଟି ସଭାରେ ଉଦବୋଧନ ଦେବେ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି।

ମୋଦି ବଲାଙ୍ଗିରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ମୋଦି ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ। ଏହାସହ ଦଳୀୟ ସମାବେଶରେ କର୍ମୀଙ୍କୁ ଉଦବୋଧନ ଦେବେ।

ମୋଦିଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାନୁଆରୀ ୯ ତାରିଖରେ ବଲାଙ୍ଗିର ଗସ୍ତରେ ଆସିବେ। ମୋଦି ଯେଉଁ ସଭାସ୍ଥଳରେ ଉଦବୋଧନ ଦେବେ ତାର ସ୍ଥିତି ପରଖିବା ସମେତ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ।

ଏହି ଅବସରରେ ଧର୍ମେନ୍ଦ୍ର ପିଆର୍ ହାଇସ୍କୁଲର ଇଣ୍ଡୋର ଷ୍ଟାଡିୟମ ଲୋକାର୍ପଣ କରିବେ।

ମୋଦି ଜାନୁଆରୀ ୫ରେ ବାରିପଦା ଆସୁଛନ୍ତି। ଜାନୁଆରୀ ମାସରେ ମୋଦି ଦୁଇ ଥର ଓଡ଼ିଶା ଗସ୍ତରେ ଆସୁଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି।

Comment