ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜର ୩ଟି ଦ୍ୱୀପର ନାଁ ବଦଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଣ୍ଡାମାନ୍ ଓ ନିକୋବର ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା  ରବିବାର ୩ଟି ଦ୍ୱୀପର ନାଁ ବଦଳାଇ ନୂଆ ନାମକରଣ କରାଯାଇଛି।

ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ତ୍ରିରଙ୍ଗା ଉତ୍ତୋଳନ କରିବାର ୭୫ ବର୍ଷ ପୂର୍ତ୍ତିକୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୩ଟି ଦ୍ୱୀପର ନୂତନ ନାମ ଦିଆଯାଇଛି। ଆଣ୍ଡାମାନ୍ ଓ ନିକୋବରରେ ଥିବା ରସ୍ ଆଇଲ୍ୟାଣ୍ଡର ନାମ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ’ ରଖାଯାଇଛି। ସେହିପରି ନୀଲ୍ ଆଇଲ୍ୟାଣ୍ଡର ନାମ ବଦଳାଇ ‘ସହିଦ ଦ୍ୱୀପ’ ରଖାଯାଇଛି। ଏବଂ ହେଭଲକ୍ ଆଇଲ୍ୟାଣ୍ଡକୁ ‘ସ୍ୱରାଜ ଦ୍ୱୀପ’ ନାମରେ ନାମିତ ହୋଇଛି।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଏକ ସ୍ମାରକୀ ଷ୍ଟାମ୍ପ ଓ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଥିଲେ। ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜରେ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Comment