ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟର ରୋହିତ ଶର୍ମା କନ୍ୟା ସନ୍ତାନର  ବାପା ହୋଇଛନ୍ତି। ଝିଅକୁ ଦେଖିବା ପାଇଁ ଅଷ୍ଟ୍ରେଲିଆରୁ ଭାରତ ଆସିଛନ୍ତି ରୋହିତ।

ଭାରତୀୟ କ୍ରିକେଟ ଦଳର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ସୋମବାର କନ୍ୟା ସନ୍ତାନର ପିତା ହୋଇଛନ୍ତି। ରୋହିତଙ୍କ ପତ୍ନୀ ଋତିକା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁକନ୍ୟାକୁ ଦେଖିବାକୁ ଅଷ୍ଟ୍ରେଲିଆରୁ ଭାରତ ଆସିଛନ୍ତି ରୋହିତ।

ଜାନୁଆରୀ ୩ରେ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ରୋହିତ ଖେଳିବେ ନାହିଁ। ଏହି ମ୍ୟାଚରେ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିପାରନ୍ତି।

ରୋହିତ ଜାନୁଆରୀ ୮ରେ ପୁଣି ଅଷ୍ଟ୍ରେଲିଆ ଯିବେ। ଜାନୁଆରୀ ୧୨ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜରେ ରୋହିତ ଖେଳିବେ।

ତୃତୀୟ ଟେଷ୍ଟ ମ୍ୟାଚ ମେଲବର୍ଣ୍ଣଠାରେ ଖେଳାଯାଇଥିଲା। ଏହି ମ୍ୟାଚରେ ରୋହିତ ଭଲ ପ୍ରଦର୍ଶନ କରିଥିଲେ।

Comment