ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’।

ଆଜିଠୁ ‘କାଳିଆ’ ଯୋଜନା

ଆଜିଠୁ କାଳିଆ ଯୋଜନାକୁ ବିଧିବଦ୍ଧଭାବେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିବେ। ଏହି ଯୋଜନା ମାଧ୍ୟମରେ ୩୦ଲକ୍ଷ କ୍ଷୁଦ୍ର  ଓ ନାମମାତ୍ର ଚାଷୀଙ୍କୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିପାରିବ।

ରାଜ୍ୟସଭାରେ ଉପସ୍ଥାପିତ ହେବ ତିନି ତଲାକ ବିଲ୍, ମୋଦି ସରକାରଙ୍କ ପାଇଁ ଅଗ୍ନିପରୀକ୍ଷା

ବହୁ ତର୍କ ବିତର୍କ ମଧ୍ୟରେ ଲୋକସଭାରେ ତିନି ତଲାକ ବିଲ୍ ପାସ୍ ହୋଇସାରିଛି। ତେବେ କେନ୍ଦ୍ର ସରକାରଙ୍କ ପାଇଁ ଏହାକୁ ରାଜ୍ୟସଭାରେ ପାସ୍ କରାଇବା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ। ସୋମବାର ରାଜ୍ୟସଭାରେ ଉପସ୍ଥାପିତ ହେବ ଏହି ତିନି ତଲାକ୍ ବିଲ୍।

ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ, ଦାରିଙ୍ଗିବାଡ଼ିରେ ତୁଷାରପାତ

ପ୍ରବଳ ଶୀତରେ ଥରୁଛି ଓଡ଼ିଶା। ରାତି ଯେତିକି ବଢ଼ୁଛି ଥଣ୍ଡା ସେତିକି ବଢ଼ୁଛି। ରବିବାର ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋମବାରର ତାପମାତ୍ରା ୨.୮ ଡିଗ୍ରୀକୁ ଖସି ଆସିଛି। ଫୁଲବାଣୀର ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି। କୋରାପୁଟରେ ୪.୮, ଟିଟିଲାଗଡ଼ରେ ୫, ଅନଗୁଳରେ ୫.୬, ଭବାନୀପାଟଣାରେ ୬, କେନ୍ଦୁଝରରେ ୬.୬ ଡିଗ୍ରୀ ରହିଛି।

କନ୍ୟା ସନ୍ତାନର ପିତା ହେଲେ ରୋହିତ

ଭାରତୀୟ କ୍ରିକେଟ ଦଳର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ସୋମବାର କନ୍ୟା ସନ୍ତାନର ପିତା ହୋଇଛନ୍ତି। ରୋହିତଙ୍କ ପତ୍ନୀ ଋତିକା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁକନ୍ୟାକୁ ଦେଖିବାକୁ ଅଷ୍ଟ୍ରେଲିଆରୁ ଭାରତ ଆସିଛନ୍ତି ରୋହିତ।

ଆଜି ବି ରାଜ୍ୟସଭାରେ ଅଟକିଲା ଟ୍ରିପଲ ତଲାକ୍‌ ବିଲ୍‌, ୨ଯାଏଁ ଗୃହ ମୁଲତବୀ

ରାଜ୍ୟସଭାରେ ପାରିତ ହୋଇପାରିଲା ନାହିଁ ଟ୍ରିପଲ ତଲାକ୍‌ ବିଲ୍‌। ଏମିତି କି ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ବି ହୋଇପାରିଲାନି। ଗୃହରେ ଏହି ବିଲ୍‌ ଉପରେ ଆଲୋଚନା ହେବା ପୂର୍ବରୁ ବିରୋଧୀ ହୋହାଲ୍ଲା ଓ ହଙ୍ଗାମା କରିଥିଲେ।

ବଦଳିଲା ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜର ୩ଟି ଦ୍ୱୀପର ନାଁ

ରବିବାର ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜର ୩ଟି ଦ୍ୱୀପର ନାଁ ବଦଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଣ୍ଡାମାନ୍ ଓ ନିକୋବର ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା  ରବିବାର ୩ଟି ଦ୍ୱୀପର ନାଁ ବଦଳାଇ ନୂଆ ନାମକରଣ କରାଯାଇଛି।

ଏଣିକି ରାତିରେ ମିଳିବ ଆହାର, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି। ଦିନ ଭଳି ‘ଆହାର’ କେନ୍ଦ୍ରରେ ମଙ୍ଗଳବାରଠୁ ରାତିରେ ୫ ଟଙ୍କାରେ ମିଳିବ ଭାତ, ଡାଲ୍‌ମା। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି।

ବାଂଲାଦେଶରେ ପୁଣି ହସିନା ସରକାର

ବାଂଲାଦେଶ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଚତୁର୍ଥ ଥର ଲାଗି ବାଜିମାତ କରିଛନ୍ତି। ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା ହୋଇନଥିଲେ ବି ହାସିନାଙ୍କ ଆୱାମୀ ଲିଗ୍‌ ପାର୍ଟି ସରକାର ଗଢିବା ଗୋଟେ ପ୍ରକାର ନିଶ୍ଚିତ ହୋଇଯାଇଛି। କିଛି ରିପୋର୍ଟ ଅନୁସାରେ ଆୱାମୀ ଲିଗ୍‌ ପାର୍ଟି ୩୦୦ ସିଟ୍‌ରୁ ୨୬୦ରୁ ଅଧିକ ସିଟ୍‌ରେ ବାଜିମାତ କରିଛି।

ଶ୍ରୀମନ୍ଦିର ନୀତିରେ ବିଭ୍ରାଟ – ଗଜପତିଙ୍କୁ ଟାର୍ଗେଟ କଲେ ବିଜୟ, ସ୍ପଷ୍ଟୀକରଣ ରଖିଲା ଗଜପତିଙ୍କ ଅଫିସ

ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ଗଜପତି ମହାରାଜଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ଗଜପତି ମହାରାଜ ଶସ୍ତାରେ ଖସିଯିବା ଉଚିତ ନୁହେଁ ବୋଲି ବିଜୟ କହିବା ପରେ ଗଜପତିଙ୍କ ଅଫିସ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି।

ଓଡ଼ିଆ ପୁଅ ସୁଧି ରଞ୍ଜନ ମହାନ୍ତି ହେଲେ ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ

ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ହେଲେ ଓଡ଼ିଆ ପୁଅ ସୁଧି ରଞ୍ଜନ ମହାନ୍ତି। ସୁଧି ରଞ୍ଜନ ମହାନ୍ତି ହେଉଛନ୍ତି ୧୯୮୨ମସିହା ବ୍ୟାଚ୍‌ର ଆଇପିଏସ୍‌ ଅଫିସର। ସୋମବାର ବସନ୍ତ ପ୍ରତାପ ସିଂହ ନିଜ ଚାକିରି ଜୀବନରୁ ଅବସର ନେବା ପରେ ତାଙ୍କ ବଦଳରେ ସୁଧି ରଞ୍ଜନ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି।

ଆରମ୍ଭ ହେଲା ‘କାଳିଆ’ ଯୋଜନା, ସଚିବାଳୟରେ ମୁଖ୍ୟମନ୍ତ୍ରୀ କଲେ ଉଦ୍‌ଘାଟନ

ଚାଷୀମାନଙ୍କୁ ନୂଆ ବର୍ଷର ଉପହାର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀ ଏବଂ ଚାଷର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସୋମବାର ରାଜ୍ୟ ସଚିବାଳୟରେ ‘କାଳିଆ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରୁ ଚାଷୀ ସିଧାସଳଖ ଉପକୃତ ହୋଇପାରିବେ।

୧୬ରେ ମୋଦି ଆସିବେ ବଲାଙ୍ଗିର, ଦୁଇଟି ସଭାରେ ଦେବେ ଉଦବୋଧନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୬ ତାରିଖରେ ବଲାଙ୍ଗିର ଗସ୍ତରେ ଆସିବେ। ଏଥିପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତ ଜୋରଦାର କରାଯାଉଛି। ମୋଦି ବଲାଙ୍ଗିରରେ ଦୁଇଟି ସଭାରେ ଉଦବୋଧନ ଦେବେ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି।

Comment