ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରସରକାରଙ୍କ ନବବର୍ଷ ଉପହାର। ମଙ୍ଗଳବାରଠାରୁ ଶସ୍ତା ହେବ ୨୩ଟି ସାମଗ୍ରୀ।

ଜାନୁଆରୀ ୧ରୁ ୨୩ଟି ସାମଗ୍ରୀ ଲୋକମାନେ ଶସ୍ତାରେ ପାଇପାରିବେ। ସରକାର କିଛିଦିନ ତଳେ ଜିଏସ୍‌ଟି କାଉନସିଲ ବୈଠକରେ କେତେକ ସାମଗ୍ରୀରୁ ଜିଏସ୍‌ଟି ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ନୂଆବର୍ଷଠାରୁ ଏହି ସାମଗ୍ରୀଗୁଡ଼ିକ ଶସ୍ତା ହେବ।

ସିନେମା ଟିକେଟ, କମ୍ପ୍ୟୁଟର ମନିଟର, ଟିଭି, ପୱାରବ୍ୟାଙ୍କ, ଗିୟର ବକ୍ସ, ବ୍ୟବହୃତ ଟାୟାର,  ଡିଜିଟାଲ କ୍ୟାମେରା,  ଭିଡଓ ଗେମ୍‌, ଫ୍ଲାଏ ଆସ ଇଟା, ୱାକିଂ ଷ୍ଟିକ୍‌, ମାର୍ବଲ ରବଲ ଆଦି ସାମଗ୍ରୀ ଲୋକମାନେ ଶସ୍ତାରେ ପାଇପାରିବେ।।

ଡିସେମ୍ବର ୨୨ରେ ବସିଥିବା ଜିଏସଟି କାଉନସିଲ ବୈଠକରେ ଜିଏସଟି ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ପୂର୍ବରୁ ୨୮ ପ୍ରତିଶତ ବର୍ଗରେ ୩୦ଟି ସାମଗ୍ରୀ ରହିଥିଲା। ସେଥିରୁ କିଛି ସାମଗ୍ରୀ ୧୮ ପ୍ରତିଶତ ବର୍ଗକୁ ଅଣାଯାଇଥିଲା।

Comment