ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଅଭିନେତା ପ୍ରକାଶ ରାଜ। ଚୁଇଟର ଜରିଆରେ ସେ ଏହି ସୂଚନା ଦେଇଛନ୍ତି।

ଅଭିନେତା ପ୍ରକାଶ ରାଜ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ସେ କର୍ଣ୍ଣାଟକରୁ ନିର୍ବାଚନ ଲଢ଼ିବେ ବୋଲି ଶୁଣାଯାଉଛି।

ନୂଆବର୍ଷର ଅଭିନନ୍ଦନ ଜଣାଇ ପ୍ରକାଶ ରାଜ ଟୁଇଟର ଜରିଆରେ ଏହି ସୂଚନା ଦେଇଛନ୍ତି।

 

ପ୍ରକାଶ ରାଜ ବିଜେପି ବିରୋଧୀ ମନ୍ତବ୍ୟ ପାଇଁ ସର୍ବଦା ଗଣମାଧ୍ୟମରେ ଚର୍ଚ୍ଚାରେ ଥା’ନ୍ତି। ସେ କମଲ ହାସନ ଓ ରଜନୀକାନ୍ତଙ୍କ ପରେ ତୃତୀୟ ପ୍ରମୁଖ ଅଭିନେତା ଯିଏ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି।

Comment