ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ, ଯେଉଁମାନେ ଭାବନ୍ତି କି ଅଳ୍ପ ମଦ ପିଇଲେ ଦେହ ପାଇଁ କିଛି ଖରାପ ହୋଇନଥାଏ। ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ ଅଟନ୍ତି। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି କି ମଦ କମ ହେଉ ଅବା ଅଧିକ ତାହା ଶରୀର ପାଇଁ ଖରାପ ଏବଂ ଅନେକ ରୋଗର କାରଣ ବି ହୋଇଥାଏ। ଏଥିପାଇଁ ଆପଣ ଯଦି ମଦ ପିଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ଆଉ ଚେଷ୍ଟା କରନ୍ତୁ ମଦ ନ ପିଇବାକୁ।

ସର୍ଭେରୁ ଜଣାପଡ଼ିଛି ଯେ ମଦ ଶରୀର ପାଇଁ ଏକ ବଡ ସମସ୍ୟା। ସର୍ଭେ କରୁଥିବା ପ୍ରଫେସରଙ୍କ ଅନୁସାରେ, ”ଯେଉଁମାନେ ବି ଏହି ସର୍ଭେରେ ସାମିଲ ହୋଇଥିଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ କି ମଦ ଅଳ୍ପ ପିଅନ୍ତୁ ଅବା ଅଧିକ ଏହା ଶରୀର ଲାଗି କ୍ଷତିକାରକ।” ବୈଜ୍ଞାନିକମାନେ ଏହି ସର୍ଭେ ୨ଟି ଗ୍ରୁପରେ କରିଥିଲେ। ଗୋଟିଏ ଗ୍ରୁପରେ ମଦ ପିଉଥିବା ବ୍ୟକ୍ତି ଓ ଅନ୍ୟ ଗ୍ରୁପରେ ମଦ ପିଉନଥିବା ବ୍ୟକ୍ତି। ଦୁଇଟି ଗ୍ରୁପରେ ବ୍ୟକ୍ତିଙ୍କ ସଂଖ୍ୟା ସମାନ ଥିଲା ଏବଂ ରିସର୍ଚ୍ଚରୁ ଜଣାପଡ଼ିଥିଲା କି ଯେଉଁମାନେ ମଦ ପିଉଛନ୍ତି ସେମାନଙ୍କ ଶରୀର ଛୋଟ ହେଉ ଅବା ବଡ ସମସ୍ୟା ରହିଛି। ମାତ୍ର ଯେଉଁ ଗ୍ରୁପ୍‌ରେ ମଦ ପିଉନଥିବା ଲୋକ ଥିଲେ ସେ ଗ୍ରୁପର ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ସୁସ୍ଥ ଥିଲେ।

ଏହି ସର୍ଭେ ପାଇଁ  କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଏକ ଟିମ୍‌ ୮୩ଟି ଅଧ୍ୟୟନ କରିଥିଲେ। ଯେଉଁଥିରେ ୧୯ଟି ଦେଶର ପାଖାପାଖି ୬ଲକ୍ଷ ଲୋକଙ୍କୁ ସାମିଲ କରାଯାଇଥିଲା। ଯେଉଁ ଲୋକମାନେ ପ୍ରତିଦିନ ମଦ ପିଉଥିଲେ ସେମାନଙ୍କ ଆୟୁଷରେ କେଉଁଠି ନା କେଉଁଠି  କମ ଥିଲା। ଏହା ସହିତ ଯେଉଁମାନେ ପ୍ରତି ସପ୍ତାହରେ ୭ଥରରୁ ଅଧିକ ଥର ମଦ ପିଉଥିଲେ ସେମାନଙ୍କ ଶରୀରରେ ଅନେକ ସମସ୍ୟା ରହିଥିଲା। ଏହା ସହିତ ଅତ୍ୟଧିକ ମଦ ପିଇବା ଲିଭର ପାଇଁ ବି କ୍ଷତିକାରକ ଅଟେ। ଏହି ସମସ୍ୟା ଯୁବକଙ୍କ ପାଖରେ ଅଧିକ ଦେଖାଦେଇଥାଏ।

Comment