ଓଡ଼ିଶାଲାଇଭ୍‌ ଏଣ୍ଟରଟନେମେଣ୍ଟ ବ୍ୟୁରୋ

ବିରାଟ ଓ ଅନୁଷ୍କା ନୂଆବର୍ଷ ଅଷ୍ଟ୍ରେଲିଆରେ ମନାଇଛନ୍ତି। ବିରାଟ ଟୁଇଟର ଆକାଉଣ୍ଟରେ ନିଜ ଫ୍ୟାନଙ୍କୁ ନୂଆବର୍ଷର ଶୁଭେଛା ଜଣାଇଛନ୍ତି। ଏହା ସହିତ ବିରାଟ ଦୁଇଟି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଉଭୟ ବିରାଟ ଓ ଅନୁଷ୍କା ସିଡନୀର ରାସ୍ତାରେ ଥିବା ନଜର ଆସିଛନ୍ତି। ଏହି ଫଟୋରେ ଉଭୟ ବିରାଟ ଓ ଅନୁଷ୍କା ଖୁବ ସୁନ୍ଦର ଲାଗୁଛନ୍ତି।

ବିରାଟ ଓ ଅନୁଷ୍କା ୧୧ଡିସେମ୍ବର ୨୦୧୭ରେ ବିବାହ କରିଥିଲେ। ସେତେବେଳେ ଉଭୟଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । କୁହାଯାଇଥିଲା ବିରାଟ ଓ ଅନୁଷ୍କା ସେମାନଙ୍କ ବିବାହରେ ୧୦୦କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

ଉଭୟ ସେମାନଙ୍କ ବିବାହରେ କେବଳ କିଛି ଫ୍ୟାମିଲ ଓ ଘନିଷ୍ଠ ସାଙ୍ଗକୁ ଇନଭାଇଟ୍‌ କରିଥିଲେ। ଉଭୟ ସୋସିଆଲ ମିଡ଼ିଆ ମାଧ୍ୟମରେ ହିଁ ବିବାହ ଖବର ଫ୍ୟାନ ମାନଙ୍କ ସହିତ ଶେୟାର କରିଥିଲେ। ଅନୁଷ୍କା-ବିରାଟ ବିବାହ ପରେ ୨ଟି ରିସେପସନ୍‌ ପାର୍ଟି ଦେଇଥିଲେ। ଦିଲ୍ଲୀରେ ଯେଉଁ ପାର୍ଟି ଦେଇଥିଲେ ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ଉଭୟଙ୍କୁ ଆର୍ଶିବାଦ ଦେଇଥିଲେ। ନିକଟରେ ଅନୁଷ୍କାଙ୍କ ଫିଲ୍ମ  ଜିରୋ ରିଲିଜ୍‌ ହୋଇଛି ଏଥିରେ ଅନୁଷ୍କାଙ୍କ ଅଭିନୟକୁ ବିରାଟ ଖୁବ ପ୍ରଶଂସା କରିଛନ୍ତି।

Comment