ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନୂଆବର୍ଷ ସେଲିବ୍ରେସନ ପାଇଁ ଯଦି ପାର୍ଟିର ଆୟୋଜନ କରୁଛନ୍ତି ତେବେ ସଙ୍ଗ ଲିଷ୍ଟରେ ଏହିସବୁ ଗୀତକୁ ରଖନ୍ତୁ। ପାର୍ଟି ହେବ ଦମଦାର।

୩୧ ଡିସେମ୍ବରରୁ ନୂଆବର୍ଷ ସେଲିବ୍ରେସନ ଆରମ୍ଭ ହୋଇଛି। ଯୁବପିଢ଼ି ନୂଆ ବର୍ଷକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣେଛନ୍ତି। ନୂଆବର୍ଷ ସେଲିବ୍ରେସନ ପାଇଁ ପାର୍ଟିର ଆୟୋଜନ ମଧ୍ୟ ହେଉଛି। ଯେକୌଣସି ପାର୍ଟରେ ସୁପରହିଟ୍ ଗୀତ ଆଉ ତା’ ସାଙ୍ଗକୁ ନାଚ ପାର୍ଟିର ମଜା ବଢ଼ାଇଥାଏ।

ତେବେ ଜାଣନ୍ତୁ କେଉଁ ଗୀତରେ ହେବ ଆପଣଙ୍କ ନୂଆବର୍ଷ ପାର୍ଟି ଦମଦାର

ନିକଟରେ ରିଲିଜ ହୋଇଥିବା ‘ସିମ୍ବା’ ଫିଲ୍ମ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମର ‘ଆଖଁ ମାରେ’ ଗୀତଟି ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ହୋଇଛି। ପାର୍ଟି ସଙ୍ଗ ଲିଷ୍ଟରେ ଏହି ଗୀତ ଏବେ ନମ୍ବର ୧ରେ ରହିଛି।

ସୋନୁ କି ଟିଟୁ କି  ସ୍ଵିଟି’ ଫିଲ୍ମର  ‘ଦିଲ ଚୋରି ସାଦା ହୋ ଗୟା ଗୀତଟି ପାର୍ଟି ସଙ୍ଗ ତାଲିକାରେ ୨ ନମ୍ବରରେ ରହିଛି।  ଅଧିକାଂଶ ପାର୍ଟିରେ ଏହି ଗୀତ ସ୍ଥାନ ପାଉଛି।

ବରୁଣ ଧୱନ ଓ ଆଲିୟା ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବଦ୍ରିନାଥ କି ଦୁଲହନିଆଁ’ ଫିଲ୍ମ ଗୀତ ବି ପାର୍ଟି ସଙ୍ଗ ତାଲିକାରେ ରହିଛି।  ଏହି ଫିଲ୍ମର ‘ତମା ତମା‘ ଗୀତଟି ପାର୍ଟି ପାଇଁ ବେଷ୍ଟ ହୋଇପାରେ।

ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ଓକେ ଜାନୁ‘ ର ‘ଦ ହମା ସଙ୍ଗ’ ମଧ୍ୟ ପାର୍ଟି ସଙ୍ଗ ଓ ଦମଦାର ଡ୍ୟାନ୍ସ ପାଇଁ ଚର୍ଚ୍ଚାରେ ରହିଛି।

କ୍ୟାଟ୍ରିନା କୈଫ୍‌ଙ୍କ ‘କାଲା ଚଷମା’ ଗୀତ ପୁରୁଣା ହେଲେ ବି ଏବେ ବି ଚର୍ଚ୍ଚାରେ ରହିଛି। ଏହି ଗୀତରେ ଅନେକ ଡ୍ୟାନ୍ସ କରିବାକୁ ପସନ୍ଦ କରିଥାନ୍ତି।

ସେହପରି ‘ବଧାଇ ହୋ’ ଫିଲ୍ମର ‘ମୋରନି ବାଙ୍କେ’ ଗୀତର ଚାହିଦା ରହିଛି।

 

Comment