ଓଡିଶାଲାଇଭ୍‌ ବ୍ୟୁରୋ

ଆଜି ନୂଆବର୍ଷ। ସବୁଠି ସେଲିବ୍ରେସନ। ନୂତନ ବର୍ଷର ପ୍ରଥମ ସକାଳ ଅନେକେ ଜଗନ୍ନାଥଙ୍କ ଦର୍ଶନରୁ ଆରମ୍ଭ କରୁଛନ୍ତି। ଆଉ ଏଥିପାଇଁ ଯେମିତି ଜନସମୁଦ୍ର ପାଲଟିଛି ବଡଦାଣ୍ଡ। ହଜାର ହଜାର ଭକ୍ତ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରୁଛନ୍ତି।

ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତ ମାନେ ଯେମିତି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିପାରିବେ ସେଥିପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତ ମାନେ ଦର୍ଶନ କରିବା ସହ ସମୁଦ୍ରକୂଳର ମଜା ମଧ୍ୟ ନେଉଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ସହିତ ପୁରୀ ପୋଲିସ ପକ୍ଷରୁ ମଧ୍ୟ ଅନେକ ବ୍ୟବସ୍ଥା କରାଯାଇଛି। ଦୁଇଜଣ ପୋଲିସ ଅଧିକାରୀ ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି। ଏହା ସହିତ ଅତିରିକ୍ତ ଆରକ୍ଷୀ ଅଧିକାରୀ, ଡେପୁଟି କମାଣ୍ଡାଣ୍ଟ , ହାବିଲଦାର, କନେଷ୍ଟବଳ ମଧ୍ୟ ନିୟୋଜିତ ଅଛନ୍ତି। ଟ୍ରାଫିକ ହାବିଲଦାରମାନେ ଟ୍ରାଫିକ ବ୍ୟବସ୍ଥାର ତଦାରଖ କରୁଛନ୍ତି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଅସ୍ଥାୟୀ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।

Comment