ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟ ସରକାର ନୂଆବର୍ଷରେ ସ୍କୁଲପିଲାଙ୍କ ପାଇଁ ଏକ ଭଲ ନିୟମ ଆଣିଛନ୍ତି। ଏଣିକି ସ୍କୁଲରେ ଉପସ୍ଥାନ ସମୟରେ ଛାତ୍ରଛାତ୍ରୀ ମାନେ ‘ଜୟହିନ୍ଦ ଜୟଭାରତ’ କହିପାରିବେ। ସୋମବାର ଯାଏଁ ଛାତ୍ରଛାତ୍ରୀ  ସ୍କୁଲରେ ଉପସ୍ଥାନ ସମୟରେ ‘ୟେସ୍‌ ସାର୍‌’ କହୁଥିଲେ। ମାତ୍ର ଏହାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଗୁଜୁରାଟ ମାଧ୍ୟମିକ, ଉଚ୍ଚତର ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ନୋଟିଫିକେଶନ ଜାରି କରାଯାଇଛି। ନୋଟିଫିକେଶନରେ କୁହାଯାଇଛି ଯେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥାନ ସମୟରେ ‘ଜୟ ହିନ୍ଦ ଜୟ ଭାରତ’ କହିବେ।ଏହାଫଳରେ ଛୋଟବେଳୁ ପିଲାଙ୍କ ମନରେ ଦେଶଭକ୍ତି ସୃଷ୍ଟି ହେବ।

ନୋଟିଫିକେଶନ ଅନୁସାରେ ଏହି ନିୟମକୁ ଜାନୁଆରୀରୁ ପାଳନ କରାଯିବକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ କୁହାଯାଇଛି। ନୋଟିଫିକେଶନ ଅନୁସାରେ ଏହି ନିୟମରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂଙ୍କ ସହମତି ଅଛି। ସେ କହିଛନ୍ତି ଭଲ କଥା ଶିଖିବା କିଛି ଖରାପ ନୁହଁ।

ଗୁଜୁରାଟରେ ସରକାର ଆଣିଥିବା ଏହି ନିୟମ ବାସ୍ତବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

Comment