ଓଡ଼ିଶାଲାଇଭ୍ ବ୍ୟୁରୋ

କାଦର ଖାନଙ୍କ ପରଲୋକରେ ବଲିଉଡ ଜଗତରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ କ୍ଷତି।

ବର୍ଷିୟାନ ଆକ୍ଟର କାଦର ଖାନଙ୍କ ମଙ୍ଗଳବାର ପରଲୋକ ଘଟିଛି। ୮୧ ବର୍ଷ ବୟସରେ କାଦର ଶେଷ ନଶ୍ଵାସ ତ୍ୟାଗ କରିଛନ୍ତି। କାନାଡାରେ ଏକ ମେଡିକାଲରେ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

କିଛିଦିନ ତଳେ କାଦର ଖାନ୍‌ଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ହସ୍ପିଟାଲାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ଡାକ୍ତରୀ ଟିମ୍ ଲଗାତର ତାଙ୍କ ଚିକିତ୍ସା କରୁଥିଲେ।

କାଦର ଦୀର୍ଘ ଦିନରୁ ସିନେମାଜଗତରୁ ଦୂରେଇ ରହିଥିଲେ। ପରିବାର ସହିତ କାନାଡାରେ ରହୁଥିଲେ। ସେ ପାଖାପାଖି ୩୦୦ ଫିଲ୍ମରେ ଅଭିନୟ କରିଥିଲେ।

କାଦର ଖାନ ଶେଷଥର ପାଇଁ ୨୦୧୫ରେ ରିଲିଜ ହୋଇଥିବା ଫିଲ୍ମ ‘ଦିମାଗ କି ଦହି’ ଫିଲ୍ମରେ ନଜର ଆସିଥିଲେ।

ସୋମବାର କାଦରଙ୍କ ମୃତ୍ୟୁ ହୋଇ ଯାଇଥିବାନେଇ ଚର୍ଚ୍ଚା ହୋଇଥିଲା। ଏହା ଗୁଜବ ବୋଲି ତାଙ୍କ ପୁଅ ସରଫରାଜ କହିଥିଲେ।

ମଙ୍ଗଳବାର କାଦରଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛିନ୍ତି ପୁଅ ସରଫରାଜ।

Comment