ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ହିଁ କଂଗ୍ରେସ ନିଜ ପାର୍ଟିକୁ ମଜବୁତ ରଖିବା ପାଇଁ ସୋମବାର ୧୦ ଜଣଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ଏହି ମୁଖପାତ୍ରମାନେ ଏଣିକି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମରେ ମନ୍ତବ୍ୟ ରଖିବେ।

ପାର୍ଟିର ପ୍ରଭାରୀ ରଣଦୀପ ସୁର୍ଜେୱାଲା ନିଜ ବୟାନରେ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୁଖପାତ୍ରଙ୍କ ନିଯୁକ୍ତି ପାଇଁ ସ୍ୱୀକୃତି ଦେଇଛନ୍ତି।

କିଏ ହେଲେ ମୁଖପାତ୍ର?

କଂଗ୍ରେସ ରାଜ୍ୟସଭା ସଦସ୍ୟ ସେୟଦ ନସୀର ହୁସେନ୍‌, ପାର୍ଟି ନେତା ପୱନ୍‌ ଖେଡା, ଜୟବୀର ସେରଗିଲ, ରାଗିନୀ ନାୟକ, ଗୌରବ ବହ୍ଲବ, ରାଜୀବ ତ୍ୟାଗି, ଅଖିଳେଶ ପ୍ରତାପ ସିଂ, ସୁନୀଲ ଅହିରେ, ହୀନା କବାରେ ଏବଂ ଶ୍ରବଣ ଦୈସାଜୁଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ନୂଆ ମୁଖପାତ୍ର ଭାବେ ନିଯୁକ୍ତି କରାଯାଇଛି।

ଏହାସହ ରାହୁଲ ଗାନ୍ଧି ନୂଆ ମିଡିଆ ପେନାଲିଷ୍ଟମାନଙ୍କୁ ମଧ୍ୟ ନିଯୁକ୍ତି କରିଛନ୍ତି।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଏବେଠାରୁ ରଣନୀତି ପ୍ରସ୍ତୁତ କରିଛନ୍ତି।

Comment