ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ ‘ଆଜିର ବଡ଼ ଖବର’।

ଜାଡ଼େଇ ଯାଉଛି ଜୀବନ, ୨୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ

ଶୀତରେ ଥରୁଛି ସାରା ରାଜ୍ୟ। ରାତିରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଆସୁଛି। ଉପକୂଳ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଥଣ୍ଡାର ପ୍ରକୋପ ଲାଗିରହିଛି। ଅସହ୍ୟ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି।

ଆରପାରିରେ ବର୍ଷିୟାନ ଆକ୍ଟର କାଦର ଖାନ

ବର୍ଷିୟାନ ଆକ୍ଟର କାଦର ଖାନଙ୍କ ମଙ୍ଗଳବାର ପରଲୋକ ଘଟିଛି। ୮୧ ବର୍ଷ ବୟସରେ କାଦର ଶେଷ ନଶ୍ଵାସ ତ୍ୟାଗ କରିଛନ୍ତି। କାନାଡାରେ ଏକ ମେଡିକାଲରେ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ନୂଆବର୍ଷ ଲାଗି ଜନସମୁଦ୍ର ବଡ଼ଦାଣ୍ଡ, ଶୃଙ୍ଖଳିତ ଦର୍ଶନ ଲାଗି ବିଶେଷ ବ୍ୟବସ୍ଥା

ଆଜି ନୂଆବର୍ଷ। ସବୁଠି ସେଲିବ୍ରେସନ। ନୂତନ ବର୍ଷର ପ୍ରଥମ ସକାଳ ଅନେକେ ଜଗନ୍ନାଥଙ୍କ ଦର୍ଶନରୁ ଆରମ୍ଭ କରୁଛନ୍ତି। ଆଉ ଏଥିପାଇଁ ଯେମିତି ଜନସମୁଦ୍ର ପାଲଟିଛି ବଡଦାଣ୍ଡ। ହଜାର ହଜାର ଭକ୍ତ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରୁଛନ୍ତି।

ନବବର୍ଷର ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ବର୍ଷ ୨୦୧୯ର ପ୍ରଥମ ସୂର୍ଯ୍ୟୋଦୟ ହୋଇଛି। ସମସ୍ତେ ବର୍ଷର ପ୍ରଥମ ଦିନକୁ ସେଲିବ୍ରେଟ କରୁଛନ୍ତି ଭିନ୍ନ ଭିନ୍ନ ଢଙ୍ଗରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୂଆବର୍ଷ ଲାଗି ଶୁଭେଛା ଜଣାଇଛନ୍ତି। ୨୦୧୯ ସମସ୍ତଙ୍କ ଲାଗି ମଙ୍ଗଳମୟ ହେଉ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।

୧୦ ଜଣ ନୂଆ ମୁଖପାତ୍ରଙ୍କ ନାମରେ ମୋହର ମାରିଲେ ରାହୁଲ

ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ହିଁ କଂଗ୍ରେସ ନିଜ ପାର୍ଟିକୁ ମଜବୁତ ରଖିବା ପାଇଁ ସୋମବାର ୧୦ ଜଣଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ଏହି ମୁଖପାତ୍ରମାନେ ଏଣିକି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମରେ ମନ୍ତବ୍ୟ ରଖିବେ।

୨୦୧୯ ନିର୍ବାଚନ ଲଢ଼ିବେ ଅଭିନେତା ପ୍ରକାଶ ରାଜ

ଅଭିନେତା ପ୍ରକାଶ ରାଜ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ସେ କର୍ଣ୍ଣାଟକରୁ ନିର୍ବାଚନ ଲଢ଼ିବେ ବୋଲି ଶୁଣାଯାଉଛି।

ପଶ୍ଚିମବଙ୍ଗରୁ ଆସୁଛି ‘ଗଜ ଗାଡ଼ି’

ନୂତନ ବର୍ଷ ଅବସରରେ ଓଡ଼ିଶା ସରକାର ଆଣିଛନ୍ତି ନୂଆ ପଦକ୍ଷେପ। ରାଜ୍ୟରେ ହାତୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବନ ବିଭାଗ ଆଣୁଛି ‘ଗଜ ଗାଡ଼ି’। ଏଣିକି ଅସୁବିଧାରେ ପଡ଼ିଥିବା ହାତୀମାନଙ୍କୁ ‘ଗଜ ଗାଡ଼ି’ରେ ଉଦ୍ଧାର କରାଯିବ।

ଗୁଜୁରାଟରେ ଛାତ୍ରଛାତ୍ରୀଙ୍କୁ ‘ୟେସ୍ ସାର୍’ ମନା

ଗୁଜୁରାଟ ସରକାର ନୂଆବର୍ଷରେ ସ୍କୁଲପିଲାଙ୍କ ପାଇଁ ଏକ ଭଲ ନିୟମ ଆଣିଛନ୍ତି। ଏଣିକି ସ୍କୁଲରେ ଉପସ୍ଥାନ ସମୟରେ ଛାତ୍ରଛାତ୍ରୀ ମାନେ ‘ଜୟହିନ୍ଦ ଜୟଭାରତ’ କହିପାରିବେ। ସୋମବାର ଯାଏଁ ଛାତ୍ରଛାତ୍ରୀ  ସ୍କୁଲରେ ଉପସ୍ଥାନ ସମୟରେ ‘ୟେସ୍‌ ସାର୍‌’ କହୁଥିଲେ। ମାତ୍ର ଏହାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଗୁଜୁରାଟ ମାଧ୍ୟମିକ, ଉଚ୍ଚତର ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ନୋଟିଫିକେଶନ ଜାରି କରାଯାଇଛି।

ଜୋର୍ ଧରିଲା ମହାରଥୀଙ୍କ ଇସ୍ତଫା ଦାବି – ପୋଲିସ, ବିଜେପି ମହିଳା ମୋର୍ଚ୍ଚା ଧସ୍ତାଧସ୍ତି

ରାଜ୍ୟ ରାଜନୀତିରେ ଥମୁନି ମହାରଥୀ ଝଡ଼। କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ବିଜେପି ମହିଳା ମୋର୍ଚ୍ଚା ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛି। ନୂଆ ବର୍ଷରେ ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ନବୀନ ନିବାସ ଘେରାଉ ଉଦ୍ୟମ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହେବାକୁ ପଡ଼ିଛି।

ନନ୍ଦନକାନନରେ ପର୍ଯ୍ୟଟଙ୍କ ଭିଡ଼ – ଟିକେଟ ବାବଦରେ ସଂଗ୍ରହ ହେଲା ୧୮ଲକ୍ଷ ଟଙ୍କା

ଆଜି ନୂଆ ବର୍ଷ। ୨୦୧୮କୁ ବିଦାୟ ଦେଇ ଆନନ୍ଦ, ଉଲ୍ଲାସର ସହ ରାଜଧାନୀ ଭୁବନେଶ୍ୱର ୨୦୧୯କୁ ସ୍ୱାଗତ କରିଛି। ଏହି ଅବସରରେ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା। ମଙ୍ଗଳବାର ନୂଆବର୍ଷରେ ମୋଟ ୪୩,୪୨୭ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିଛନ୍ତି।

୨୦୧୯ରେ କେଉଁ ଦଳ ପାଇଁ କ’ଣ ରହିବ ଚାଲେଞ୍ଜ?

ବିଦାୟ ନେଇଛି ୨୦୧୮। ବିଦାୟୀ ବର୍ଷରେ ଅନେକ ରାଜନୀତିକ ହଟଚମଟ ଦେଖିଛି ଓଡ଼ିଶା। ୨୦୧୯ ନିର୍ବାଚନ ପାଇଁ ୨୦୧୮ରୁ ହିଁ ବିଗୁଲ ଫୁଙ୍କିଛି ଶାସକ ବିଜେଡି। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଘୋଷଣା କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ମୁହାଁ ହୋଇଥିଲେ।

Comment