ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଜିକାଲି ଯଦି କୌଣସି ଅଭିନେତ୍ରୀ ଧର୍ମ କିମ୍ବା ନିଜ ବିଚାରରେ ଚାଲିଲା ତେବେ ତାଙ୍କୁ ଟ୍ରୋଲ କରାଯାଉଛି। ଆଉ ଏହି ଟ୍ରୋଲ କରିବା ଏକ ସାଧାରଣ କଥା ହୋଇଗଲାଣି। ଯେତେବେଳେ ପୁରା ଦୁନିଆ ନୂତନ ବର୍ଷକୁ ସ୍ୱାଗତ କରୁଥିଲା ସେତେବେଳେ ଫିଲ୍ମମେକର ଫରାହ ଖାନ୍‌ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ନିଜ ଫ୍ୟାନ୍‌ ମାନଙ୍କୁ ଶୁଭେଛା ଜଣାଇଥିଲେ। ସେହି ଫଟୋରେ ଫରାହ ନିଜର ୩ପିଲାଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଛି। ଯାହାକୁ ଟ୍ରୋଲ କରାଯାଉଛି।

ବାସ୍ତବରେ ଯେତେବେଳେ ଫରାହ ଖାନ୍‌ ନିଜ ପିଲାଙ୍କୁ ପୂଜା କରୁଥିବା ଫଟୋ ଶେୟାର କଲେ ସେତେବଳେ କିଛି ମୁସଲମାନ୍‌ ସମ୍ପଦ୍ରାୟର ଲୋକ ଏହାକୁ ନାପସନ୍ଦ କରି ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ। କେହି ଏହାକୁ ଭୁଲ କହିଲେ ଆଉ କେହି କହିଲେ ଫରାହ ନିଜ ଧର୍ମ ଭୁଲି ଗଲେଣି। ଏହି ପ୍ରଶ୍ନର ଉତରରେ ଫରାହ ଏକ ଗଣମାଧ୍ୟମକୁ କହିଛନ୍ତି,” ମୋତେ ଲୋକଙ୍କ କହିବାରେ କୌଣସି ଫରକ ପଡେନି। ଏହି ପ୍ରସଙ୍ଗରେ ମୋର କିଛି କହିବାର ନାହିଁ। ଯଦି କାହାକୁ କିଛି ଅସୁବିଧା ହେଉଛି ତାହା ସେମାନଙ୍କର ଅସୁବିଧା। ମୋ ପିଲା ମୁଁ ସେମାନଙ୍କର କେଉଁ ଫଟୋ ପୋଷ୍ଟ କରିବା ତାହା ମୋର ବ୍ୟକ୍ତିଗତ ଅଟେ।”

ଫରାହଙ୍କ ଉତରରୁ ଏହା ଜଣାପଡୁଛି କି ଲୋକଙ୍କ ଟ୍ରୋଲ କରିବା ତାଙ୍କୁ କୌଣସି ଫରକ ପକାଉନି ଏବଂ ସେ ଏହା ବାବଦରେ କିଛି କହିବାକୁ ଚାହୁଁନାହାନ୍ତି।

Comment