ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍‌ ବ୍ୟୁରୋ

କପୁର ଫ୍ୟାମିଲିରେ ମଲାଇକାଙ୍କ ଏଣ୍ଟ୍ରିକୁ ନେଇ ହିଣ୍ଟ୍‌ ଦେଲେ ଦାଦା ସଂଜୟ କପୁର!

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଓ ଅଭିନେତା ଅର୍ଜୁନ କପୁରଙ୍କ ଆଫେଆର ଖବର ଚର୍ଚ୍ଚାରେ ରହିଛି। କିନ୍ତୁ ମିଡିଆ ସାମ୍ନାରେ କେହି ଏ ବିଷୟରେ ପ୍ରକାଶ କରିନାହାନ୍ତି। ନିକଟରେ ନ୍ୟୁ ଇଅର ପାର୍ଟି ଦୁହେଁ ଏକାଠି ସେଲିବ୍ରେଟ୍‌ କରିଥିଲେ। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେଉଛି। ଏଥିସହ କପୁର ଫ୍ୟାମିଲିରେ ମଲାଇକାଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି।

କିଛିଦିନ ଧରି ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ଏକାଠି ବୁଲୁଥିବାର ଦେଖିବାକୁ ମିଳୁଛି। ନ୍ୟୁ ଇଅରରେ ସଂଜୟ କପୁରଙ୍କ ଘରକୁ ପାର୍ଟି କରିବା ପାଇଁ ପହଞ୍ଚିଥିଲେ ମଲାଇକା ଓ ଅର୍ଜୁନ। ସଂଜୟ କପୁର ହେଉଛନ୍ତି ଅର୍ଜୁନ କପୁରଙ୍କ ଦାଦା। ଫଟୋ ଭାଇରାଲ ହେବା ପରେ ଏହି କଥା ସାମ୍ନାକୁ ଆସିଛି।

ଏହି ଫଟୋରେ ମଲାଇକା ଓ ଅର୍ଜୁନଙ୍କ ସହ ନଜର ଆସିଛନ୍ତି ସଂଜୟ କପୁର, ମହିପ କପୁର ଓ କରଣ ଜୋହର। ସଂଜୟ କପୁର ଫଟୋର କ୍ୟାପ୍‌ଶନରେ ଲେଖିଛନ୍ତି ‘ଫ୍ୟାମିଲି’।

 

View this post on Instagram

 

Family ❤️

A post shared by Sanjay Kapoor (@sanjaykapoor2500) on

ଏହାକୁ କପୁର ଫ୍ୟାମିଲିରେ ମଲାଇକାଙ୍କ ଏଣ୍ଟ୍ରି ଭାବେ ଦେଖା ଯାଉଛି। ପାର୍ଟି ପରେ ସଂଜୟ କପୁର ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଥିଲେ। ନ୍ୟୁ ଇଅର ପାର୍ଟିରେ ଦୁହେଁ ହାତ ଧରାଧରି ହୋଇ ଫଟୋରେ ନଜର ଆସିଛନ୍ତି।

କପୁର ଫ୍ୟାମିଲିରେ ମଲାଇକାଙ୍କ ଏଣ୍ଟ୍ରିକୁ ନେଇ ସଂଜୟ କପୁର ଏହି ଫଟୋ ମାଧ୍ୟମରେ ହିଣ୍ଟ୍‌ ଦେଇଛନ୍ତି ବୋଲି ଫ୍ୟାନ୍‌ମାନଙ୍କ ମଧ୍ୟରେ ଚର୍ଚ୍ଚା ଧରିଛି।

ନିକଟରେ ଅର୍ଜୁନ କପୁର କଲର୍ସରେ ପ୍ରସାରିତ ‘ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ’ର ପ୍ରଥମ ଏପିସୋଡରେ ପହଁଚିଥିଲେ। ଯାହାର ଜର୍ଜ ଅଛନ୍ତି ମଲାଇକା ଅରୋରା। ଯେଉଁଥିରେ ଅର୍ଜୁନ ମଲାଇକାଙ୍କ ହାତ ଧରି ଶୋ’ରେ ଏଣ୍ଟ୍ରି କରିଥିଲେ।

Comment