ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେ ସାରାଙ୍କୁ ନେଇ ଆଉ ଏକ ଖବର ମୁଣ୍ଡ ଟେକିଛି। ସାରାଙ୍କ ହାତରେ ଏବେ ଆଉ ଗୋଟେ ଫିଲ୍ମର ଅଫର ରହିଛି। ଏହି ଫିଲ୍ମରେ ସାରା କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ପଛରେ ପକାଇଦେଲେ। ସାରାଙ୍କ ଦୁଇ ଦୁଇଟି ଫିଲ୍ମ ବକ୍ସ ଅପିସରେ କମାଲ କରିଥିବା ବେଳେ ଏବେ ରେମୋ ଡିସୁଜାଙ୍କ ଫିଲ୍ମ ‘ଏବିସିଡି ୩’ ସାରାଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି।

ଫିଲ୍ମ ନିର୍ମାତା ଏହି ଫିଲ୍ମ ପାଇଁ ପ୍ରଥମେ କ୍ୟାଟ୍ରିନାଙ୍କୁ ଚୟନ କରିଥିଲେ କିନ୍ତୁ ପରମୁହୂର୍ତ୍ତରେ ସାରା ବାଜି ମାରି ନେଲେ।

ତେବେ ସେଥିରେ ସେ ଅଭିନୟ କରିବେ କି ନାହିଁ କିଛି ସ୍ପଷ୍ଟ ହୋଇନି।

ସୂଚନାଯୋଗ୍ୟ ଯେ, ଫିଲ୍ମର ପ୍ରଥମ ସିଡ୍ୟୁଲ ଶୁଟିଂ ଜାନୁଆରୀ ୨୨ରୁ ଅମୃତଶରରେ ହେବାକୁ ଯାଉଛି। ପିଲ୍ମଟି ନଭେମ୍ବର ୮, ୨୦୧୯ରେ ରିଲିଜ୍‌ ହେବ।

Comment