ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ସବୁଠୁ ଅଧିକ ଆଳୁ ଉତ୍ପାଦନ କ୍ଷେତ୍ରରେ ସୁନାମ ଅର୍ଜନ କରିଛି ଆଗ୍ରା। କିନ୍ତୁ ଏଠାକାର ଚାଷୀ ଫସଲର ଉଚିତ୍ ମୂଲ୍ୟ ପାଉ ନଥିବାରୁ ଚିନ୍ତାରେ ରହିଛନ୍ତି। ଆଗ୍ରାର ବରେଲି ଅହିର ଗ୍ରାମର ଜଣେ ଚାଷୀ ୧୯ ମେଟ୍ରିକ ଟନ୍ ଆଳୁ ବିକ୍ରି କରି ମାତ୍ର ୪୯୦ ଟଙ୍କା ଲାଭ ପାଇଛନ୍ତି। ଏଥିରେ ଚାଷୀ ଅସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲାଭ ଟଙ୍କା ମନିଅର୍ଡର କରିଛନ୍ତି।

ଚାଷୀ ପ୍ରଦୀପ ଶର୍ମା କହିଛନ୍ତି, “ଲାଭ ଟଙ୍କା ପ୍ରଧାନମନ୍ତ୍ରୀଙ୍କୁ ପଠାଇ ମୁଁ ଅପମାନିତ କରିବାକୁ ଚାହେଁ ନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀ ଚାଷୀଙ୍କ ଦୁର୍ଦ୍ଦଶାକୁ ବୁଝିବା ଉଚିତ୍। ପୂର୍ବରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଆତ୍ମହତ୍ୟା ପାଇଁ ଅନୁମତି ଦେବାକୁ ଚାହିଁଥିଲି। କିଛି ଦିନ ପୂର୍ବରୁ ୟୁପି ଉପ-ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲି। ଉପ-ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଲାଭ ବଢ଼ାଇବା ପାଇଁ ସରକାର ଏବଂ ପ୍ରଶାସନ ସହ ଆଲୋଚନା କରିଥିଲେ ମଧ୍ୟ ତାହା ଫେଲ୍ ମାରିଛି।”

ଆଳୁ ବିକ୍ରି କରି ବ୍ୟବସାୟୀମାନେ ପ୍ରଚୁର ଲାଭ କରୁଥିବାବେଳେ ଚାଷୀଙ୍କୁ କିଛି ମିଳୁନଥିବା କହିଛନ୍ତି ଚାଷୀ ପ୍ରଦୀପ। ଆଳୁ କୁଇଣ୍ଟାଲ ୭୦୦ରୁ ୮୦୦ ଟଙ୍କା ଥିଲା ବେଳେ ଅମଳ ସମୟରେ ୫୪୯ ଟଙ୍କା ରହୁଛି। ଏହି କାରଣରୁ ଚାଷୀ ତାହାର ଫସଲକୁ ବିକ୍ରି କରିବାକୁ ସରକାରୀ ବିକ୍ରୟ କେନ୍ଦ୍ରକୁ ଯାଉନାହିଁ।

Comment