ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର ସକାଳେ ମହାନଦୀ ପଠାରୁ ଯେଉଁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ତାଙ୍କର ପରିଚୟ ମିଳିଛି। ମୃତ ଯୁବତୀ ଜଣଙ୍କ ଜଣେ ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ବୋଲି ଜଣାପଡିଛି। ତାଙ୍କ ନାଁ ସିମରନ୍‌ ସିଂ । ସେ ଅନେକ ଗୁଡିଏ ସମ୍ବଲପୁରୀ ଗୀତରେ ଅଭିନୟ କରି ଦର୍ଶକଙ୍କ ମନ ଜିତି ପାରିଥିଲେ। ସେଲଫି ବେବୋ ତାଙ୍କର ସବୁଠୁ ଲୋକପ୍ରିୟ ଆଲବମ୍‌ ଅଟେ।

ସିମରନ୍‌ଙ୍କ ମୁଣ୍ଡରୁ ରକ୍ତ ବାହାରିବା ସହିତ ଅନେକ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି। ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରିଛନ୍ତି ସ୍ଥାନୀୟ ଲୋକ। ତେବେ ପ୍ରକୃତରେ କାହିଁକି ସିମରନ୍‌ଙ୍କୁ ହତ୍ୟା କରାଯାଇଛି, କିଏ ହତ୍ୟା କରିଛି କିମ୍ବା ତାଙ୍କ ମୃତ୍ୟୁର କାରଣ ଆଉ କିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ।

ଘଟଣା ସମ୍ପର୍କରେ ଖବର ପାଇ ବୁର୍ଲା ଥାନା ପୋଲିସ ପହଞ୍ଚିଛି। ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ତେବେ ସିମରନ୍‌ଙ୍କ ମୃତ୍ୟୁ ପଛର କାରଣ କଣ ତହା ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ କହିଛି।

Comment