ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶର ବଦାୟୁଂରେ ଥିବା ଦରଗାହରେ ଲୋକଙ୍କୁ ଚିକିତ୍ସା ନାଁରେ ଜଞ୍ଜିରରେ ବାନ୍ଧି କରି ରଖିବା ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ମାନସିକ ରୋଗରେ ଆକ୍ରାନ୍ତ ବ୍ୟକ୍ତି ମାନଙ୍କୁ ବାନ୍ଧି କରି ରଖାଯାଇପାରିବ ନାହିଁ। ଏହା ସେମାନଙ୍କର ଅଧିକାର ଓ ସମ୍ମାନର ବିରୋଧ ଅଟେ। ଜଣେ ମାନସିକ ରୋଗୀ ବି ମଣିଷ ଅଟେ, ତାଙ୍କର ବି ନିଜର ସମ୍ମାନ ଅଛି ତେଣୁ ସେମାନଙ୍କୁ ଏକ ଅଲଗା ସ୍ଥାନରେ ରଖି ଚିକିତ୍ସା କରାଯାଇପାରିବ ମାତ୍ର ଜଞ୍ଜିରରେ ବାନ୍ଧି କରି ରଖିବା ଠିକ ନୁହଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଉତ୍ତରପ୍ରଦେଶର ବଦାୟୁଂରେ ବଡ଼-ଛୋଟ ସରକାର ଦରଗାହରେ ମାନସିକ ରୋଗୀ ମାନଙ୍କୁ ଜଞ୍ଜିରରେ ବନ୍ଧାଜାଇ ଚିକିତ୍ସା କରାଯାଇଥାଏ। ଏହା ବିରୋଧରେ ଗୌରବ ବଂସଲ ନାମକ ଜଣେ ଓକିଲ କୋର୍ଟରେ ପିଟିସନ ଦାୟର କରିଥିଲେ। ଏଥିରେ କୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ।

କୋର୍ଟ ଏହି ମାମଲାରେ ସୋମାବାର (୭ଜାନୁଆରୀ)କୁ ପରବର୍ତ୍ତୀ ଶୁଣାଣିରେ ସରକାରଙ୍କ ରାୟ ମାଗିଛନ୍ତି। ତେବେ ପିଟିସନରେ ଏହା କୁହାଯାଇଥିଲା କି ରାଜ୍ୟ ମେଣ୍ଟାଲ ଆକ୍ଟରେ କୌଣସି ପଦକ୍ଷେପ ନେଇନାହିଁ।

Comment