ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ବ୍ଲକର ୨୬ଟି ଗ୍ରାମପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ଖୋଲିଦେଇଛନ୍ତି। ବ୍ଲକର ବିଭିନ୍ନ ଗାଁର ବିକାଶ ପାଇଁ ୨୦୭ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହ ସିଧାସଳଖ କଥା ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।

କେନ୍ଦ୍ରାପଡ଼ା ବ୍ଲକର କପାଳେଶ୍ୱର ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଛି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ସହାୟତାରେ ଏହି ବ୍ଲକର ୨୬ଟି ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରିଥିଲେ।

ବ୍ଲକର ୨୦୭ଟି ପ୍ରକଳ୍ପକୁ ମଞ୍ଜୁର କରି ୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ରହିଛି ରାସ୍ତାର ଉନ୍ନତୀକରଣ, ଅଙ୍ଗନବାଡ଼ି ଗୃହ, ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କ ପଞ୍ଚାୟତ ସ୍ତରୀୟ ଗୃହ ନିର୍ମାଣ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଦାଶରଥୀ ଶତପଥୀ, ଜିଲାପରିଷଦ ସଭାପତି ମାନସ ପରିଡ଼ା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦିଲ୍ଲୀପ ପରିଡ଼ା, କେନ୍ଦ୍ରାପଡ଼ା ବିଡିଓ ସୁଧୀର କୁମାର ସିଂ, ଉପାଧ୍ୟକ୍ଷ ସ୍ନେହଲତା ପ୍ରଧାନ, ଜିଲ୍ଲାପରିଷଦ ସଦସ୍ୟା ଜ୍ୟୋସ୍ନାରାଣୀ ଜେନା, ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ ପ୍ରମୁଖ ସମ୍ମନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ବ୍ଲକର ବିଭିନ୍ନ ଗାଁରୁ ପ୍ରାୟ ୫ ହଜାରରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏଥିରେ ସାମିଲ ହୋଇଥିଲେ।

Comment