ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରୀ ୧୦ ସୁଦ୍ଧା ରାସ୍ତାଘାଟରେ ବୁଲୁଥିବା ଗାଈଙ୍କୁ ଗୋ ଆଶ୍ରୟସ୍ଥଳୀ ଆଣିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର।
ଉତ୍ତରପ୍ରଦେଶ ସରକାର ଗାଈ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୧୦ ସୁଦ୍ଧା ରାସ୍ତା ଓ ବିଲରେ ବୁଲୁଥିବା ସମସ୍ତ ଗାଈଗୋରୁମାନଙ୍କୁ ଗୋ ଆଶ୍ରୟସ୍ଥଳୀକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଗାଈଙ୍କୁ ଗୋଶାଳା ଆଣି ସେମାନଙ୍କ ଦେଖାଶୁଣା କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଦେଶ ଦେଇଛନ୍ତି।
ଯଦି କୌଣିସି ଗାଈର ମାଲିକ ଗାଈ ନେବାପାଇଁ ଆଶ୍ରୟସ୍ଥଳୀରେ ପହଞ୍ଚନ୍ତି ତେବେ ତାଙ୍କଠାରୁ ଜୋରିମାନା ଆଦାୟ କରିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଗତକିଛି ଦିନ ହେବ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରୁ ଅଭିଯୋଗ ଆସୁଛି ଯେ, ଗାଈମାନେ ଫସଲ ଉଜାଡ଼ୁଛନ୍ତି। ଗାଈମାନଙ୍କ ପାଇଁ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି।
କିଛିଦିନ ତଳେ ଉତ୍ତରପ୍ରଦେଶର ଆଲିଗଡ଼ ଓ ଫିରୋଜାବାଦରେ ଲୋକମାନେ ରାସ୍ତାରେ ବୁଲୁଥିବା ଗାଈମାନଙ୍କୁ ସ୍କୁଲ କ୍ୟାମ୍ପସ ଓ ହସ୍ପିଟାଲ କ୍ୟାମ୍ପସରେ ବାନ୍ଧି ଦେଇଥିଲେ। ଏହିସବୁ ଘଟଣା ପରେ ସରକାର ଏଭଳି ଗାଈଙ୍କୁ ଆଶ୍ରୟସ୍ଥଳୀ ଆଣିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଯୋଗୀଙ୍କ ଅଧ୍ୟକ୍ଷତାରେ ଗତ ମଙ୍ଗଳବାର ବସିଥିବା କ୍ୟାବିନେଟ ବୈଠକରେ ଗୋ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦିଆଯାଇଥିବା ପ୍ରସ୍ତବାକୁ ମଞ୍ଜୁରି ମିଳିଥିଲା ଚଳିତ ବର୍ଷ ଗୋ କଲ୍ୟାଣ ପାଇଁ ସରକାର ୫୫ କୋଟି ଟଙ୍କା ବଜେଟ ରଖିଛନ୍ତି।


















