ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାକାଳପଡା ମହାନଦୀରେ ଡଙ୍ଗାବୁଡ଼ି ଘଟଣାରେ ଦଶମ ମୃତଦେହକୁ ଉଦ୍ଧାର କରାଯାଇଛି। ୪୦ ଘଣ୍ଟାର ଅପରେସନ ପରେ ମୃତଦେହକୁ ଉଦ୍ଧାର କଲା ଓଡ୍ରାଫ ଟିମ୍‌। ନିପାଣିଆ ନିକଟରୁ ୬ବର୍ଷ ଝିଅର ମୃତଦେହ ଉଦ୍ଧାର କରାଯାଇଛି। ଏହା ସହିତ ମହାକାଳପଡ଼ା ଡଙ୍ଗାବୁଡ଼ି ଘଟାଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।

ନିଖୋଜ ଥିବା ଶିଶୁ କନ୍ୟା ଶୁଭସ୍ମିତା ସ୍ୱାଇଁର ମୃତଦେହକୁ ଉଦ୍ଧାର କରାଯାଇଛି। ଅନେକ ସମୟ ଧରି ଓଡ୍ରାଫ ଟିମ୍‌ର ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ମୃତଦେହ ଉଦ୍ଧାର ପରେ ମୃତ ଶିଶୁର ପରିବାର ଲୋକଙ୍କୁ ଖବର ଦିଆଯାଇଛି। ଘଟଣା ଘଟିବା ଦିନ ୯ଟି ମୃତଦେହ ମିଳିଥିବା ବେଳେ ଶୁଭସ୍ମିତା ନିଖୋଜ ଥିଲେ।

ପୂର୍ବରୁ ୯ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଥିଲେ। ଡଙ୍ଗାରେ ପାଖାପାଖି ୫୦ ରୁ ୫୫ ଜଣ ଥିଲେ ବୋଲି ସୂଚନା ମିଳିଛି। ମୃତକମାନେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର ବୋଲି ଜଣାପଡ଼ିଛି। ଜଗସିଂହପୁର ଜିଲାର କୁଜଙ୍ଗ ଥାନା ଅନ୍ତର୍ଗତ ହଂସିଣା ଗାଁର କିଛି ଲୋକ ବଙ୍ଗୋପସାଗର ମଧ୍ୟରେ ଥିବା ହୁକିଟୋଲା ବୁଲିବାକୁ ଯାଇଥିଲେ। ଫେରିବା ବେଳେ ଏହି ଅଘଟଣ ଘଟିଥିଲା।

Comment