ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଶୁକ୍ରବାର ଚିଠି ଲେଖିଛନ୍ତି। ଖୋର୍ଦ୍ଧା ବଲାଙ୍ଗୀର ରୁଟ୍‌ରେ ଟ୍ରେନ ଚଳାଚଳ ପାଇଁ ନବୀନ ଏହି ଚିଠି ଲେଖିଛନ୍ତି। ବଲାଙ୍ଗୀର-ଭଏଁସାପାଲ୍ଲୀଠାରୁ ୧୬ କିଲୋମିଟର ରୁଟ୍‌ରେ ପାସେଞ୍ଚର ଟ୍ରେନ ଚଳାଚଳ ପାଇଁ ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ରୁଟ୍‌ରେ ପାସେଞ୍ଜର ଟ୍ରେନ ଚଳାଚଳ କଲେ ପଶ୍ଚିମ ଓଡ଼ିଶାର ହଜାର ହଜାର ଲୋକ ଉପକୃତ ହୋଇପାରିବେ।

ଏହାବ୍ୟତୀତ ନୟାଗଡରୁ  ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ। ଏହି ରୁଟକୁ ହାଉଡା ଓ ବିଶାଖାପାଟଣା ସହ ଯୋଗାଯୋଗ କରିବାକୁ କରାଯାଉ ବୋଲି ସେ କହିଛନ୍ତି।

ଭୁବନେଶ୍ଵରରୁ କୋଲକାତା ଯାଉଥିବା ଗରିବ ରଥ ଏକ୍ସପ୍ରେସକୁ ନୟାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଚିଠିରେ ଗୋଏଲଙ୍କୁ ଅନୁରୋଧ କରିଛନ୍ତି ନବୀନ। ଏହାଦ୍ଵାରା ନୟାଗଡ, ବୌଦ୍ଧ, ସୁବର୍ଣ୍ଣପୁର, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାର ଲୋକେ ଉପକୃତ ହେବେ। ତେଣୁ ଏନେଇ ରେଳମନ୍ତ୍ରୀ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଚିଠିରେ ଲେଖାଯାଇଛି।

ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଏ ପ୍ରସଙ୍ଗ ଉଠାଇଥିଲେ। ତେବେ ନବୀନଙ୍କ ଚିଠି ପରେ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଉଛନ୍ତି ସେନେଇ ଅପେକ୍ଷା ରହିଛି।

Comment