ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ପରଦାରେ ଖୁବଶୀଘ୍ର ଦେଖିବାକୁ ମିଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ।

ନିକଟରେ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ଟ୍ରେଲର୍‌କୁ ନେଇ ବିବାଦରେ ଛନ୍ଦି ହୋଇଥିବା ଏବେ ଆଉ ଏକ ରାଜନୈତିକ ବ୍ୟକ୍ତିଙ୍କ ଉପରେ ଫିଲ୍ମ ହେବାକୁ ଯାଉଛି। ଫିଲ୍ମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ। ଯେଉଁଥିରେ ମୋଦିଙ୍କ ଚରିତ୍ରରେ ନଜର ଆସିବେ ବିବେକ ଓବରାୟ। ଏହି ଫିଲ୍ମର ପ୍ରଥମ ପୋଷ୍ଟର ଜାନୁଆରୀ ୭କୁ ରିଲିଜ୍‌ ହେବାକୁ ଯାଉଛି।

ଲୋକସଭା ନିର୍ବାଚନକୁ ନଜରରେ ରଖି ଏବେ ଗୋଟେ ପରେ ଗୋଟେ ରାଜନୈତିକ ଫିଲ୍ମ ବଲିଉଡରେ ନିର୍ମିତ ହେଉଛି।

ଏହି ଫିଲ୍ମର ଡାଇରେକ୍ଟର ହେଉଛନ୍ତି ଉମଙ୍ଗ କୁମାର, ଯିଏକି ମେରିକମ୍‌, ଭୂମି, ସରବଜିତ ଭଳି ଫିଲ୍ମ ବନାଇଛନ୍ତି। ମୋଦିଙ୍କର ରାଜନୈତିକ ଜୀବନ ଯାତ୍ରାକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯିବ।

ଫିଲ୍ମ ସମୀକ୍ଷକ ତରନ୍‌ ଆଦର୍ଶଙ୍କ ଅନୁସାରେ, ଫିଲ୍ମରେ ପ୍ରଥମ ପୋଷ୍ଟର ଜାନୁଆରୀ ୭ରେ ଲଞ୍ଚ ହେବ ଏବଂ ଫିଲ୍ମର ସୁଟିଂ ଜାନୁଆରୀ ମଧ୍ୟ ଭାଗକୁ ଆରମ୍ଭ ହୋଇଯିବ। ଏହାସହ ଫିଲ୍ମର ଟାଇଟଲ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି’ ରଖାଯିବ।

ଏବେ ଦେଖିବାକୁ ବାକି ରହିଲା ‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମ ପରଦାରେ କେତେ କମାଲ ଦେଖାଉଛି।

Comment