ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପୁରୀ ତାଳବଣିଆ ପଡ଼ିଆରେ କିଛି ସମୟ ପୂର୍ବରୁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନେକ ସଂଖ୍ୟାରେ ମହିଳା ଏଠାରେ ସାମିଲ ହୋଇଛନ୍ତି। ମିଶନ ଶକ୍ତି ମହାସମାବେଶରେ ପାଖାପାଖି ୬୦ହଜାରରୁ ଅଧିକ ମହିଳା ଉପସ୍ଥିତ ଅଛନ୍ତି। ପୁରୀରେ ରାଜ୍ୟସ୍ତରୀୟ ମିଶନ ଶକ୍ତି ମହାସମାବେଶ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ଆଜି କଣ ଉଦବୋଧନ ଦେଉଛନ୍ତି ତାହାକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି।

ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସ୍ମାର୍ଟ ଫୋନ ପ୍ରଦାନ କରିବେ।

ସେପଟେ ଏସ୍‌ଏଚ୍‌ଜି ଗ୍ରୁପର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାରୁ ବାରିପଦା ଯିବେନି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comment