ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଚଳିତବର୍ଷ ଏସିଆର ସବୁଠୁ ସେକ୍ସିଏଷ୍ଟ ମହିଳାର ଟ୍ୟାଗ୍‌ ପାଇଥିବା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଆଜି ୩୩ତମ ଜନ୍ମ ଦିନ। ନିକଟରେ ରଣବୀର ସିଂଙ୍କୁ ବିବାହ କରିଛନ୍ତି ଦୀପିକା ପାଦୁକୋଣ। ଏବେ ଦୀପିକା ରଣବୀର ସିଂଙ୍କ ସହ ବିଦେଶରେ ହନୀମୁନ ମନାଉଛନ୍ତି।

ଦୀପିକାଙ୍କ ବିଷୟରେ ଜାଣନ୍ତୁ କିଛି କଥା

ଦୀପିକାଙ୍କ ଫ୍ୟାନ୍‌ କେବଳ ଭାରତ ନୁହେଁ ବିଦେଶରେ ବି ଅଛନ୍ତି। କିନ୍ତୁ ଦୀପିକା ପାଦୁକୋଣଙ୍କ ନାମରେ ଥାଳି ଏବଂ ଦୋସା ମଧ୍ୟ ସାମ୍ନାକୁ ଆସିଛି। ଏଭଳି ନଜିର ଦେଖିବାକୁ ମିଳିଛି ଆମେରିକାର ଟେକ୍ସାସ୍‌ରେ। ଯେଉଁଠି ମେନୁ କାର୍ଡରେ ଦୀପିକାଙ୍କ ନାମରେ ଦୋସା ଅଛି। ସେହିପରି ତାଙ୍କ ନାମରେ ପୁନେରେ ଦୀପିକା ପାଦୁକୋଣଙ୍କ ନାମରେ ପରଟା ଥାଳି ମିଳୁଛି। ଏଥିରୁ ଜଣାପଡ଼ୁଛି ଦୀପିକାଙ୍କ ଫ୍ୟାନ୍‌ ସର୍କଲ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ।

ମଡଲିଙ୍ଗ୍‌ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଦୀପିକାଙ୍କ ପ୍ରଥମ ଫିଲ୍ମ କନ୍ନଡ଼ ଫିଲ୍ମ ଥିଲା। ‘ନାମ ହେ ତେରା’ ଆଲବମ୍‌ରେ ସେ ଅଭିନୟ କରି ବଲିଉଡରେ ଏଣ୍ଟ୍ରି କରିଥିଲେ।

ଏହାପରେ ୨୦୦୭ରେ ଶାହରୁଖ ଖାନ୍‌ଙ୍କ ସହ ‘ଓମ୍‌ ଶାନ୍ତି ଓମ୍‌’ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ। ସେ ବିଗତ ଏଗାର ବର୍ଷ ଭିତରେ ବେଶ୍ କେତୋଟି ହିଟ୍ ସିନେମା ଦେଇ ଚର୍ଚ୍ଚାରେ ରହିଛନ୍ତି। କେତେକ ସିନେମାରେ ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚାର ପରିଧିକୁ ମଧ୍ୟ ଆସିଛନ୍ତି।

ଦୀପିକାଙ୍କ ପାଇଁ ୨୦୧୮ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନୀରେ ଅନେକ ସଫଳତା ଆଣିଦେଇଛି। ତେବେ ୨୦୧୯ ତାଙ୍କ ପାଇଁ ସେହିଭଳି ସକ୍ସେସ ଏବଂ ଫେମ୍‌ ଆଣିଦଉ ବୋଲି ତାଙ୍କ ପ୍ୟାନ୍ସମାନେ କାମନା କରିଛନ୍ତି।

Comment