ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରୀ ୫ରେ ଓଡ଼ିଶା ପୂର୍ବରୁ ଛାଡ଼ଖଣ୍ଡରେ ମୋଦିଙ୍କ ରାଲି ରହିଛି। ଏହି ରାଲିରେ କଳାରଙ୍ଗରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରିନିଆଯାଇଛି।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି। ତେଣୁ ଜାନୁଆରୀ ୫ରେ ମୋଦି ଓଡ଼ିଶା ଆସିବା ସହିତ ଝାରଖଣ୍ଡ ଗସ୍ତ କରୁଛନ୍ତି। ମୋଦି ଶନିବାର ଝାଡ଼ଖଣ୍ଡର ପଲାମୁ ଜିଲ୍ଲାରେ ରାଲି କରିବେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବହୁ ସରକାରୀ ଯୋଜନାର ଶିଳାନ୍ୟାସ କରିବେ। ଏହାକୁ ନଜରରେ ରଖି ପ୍ରଶାସନ ଏଥିପାଇଁ ଖାସ୍‌ ପ୍ରସ୍ତୁତି କରିଛି।

ପୂର୍ବରୁ ଏହି ରାଲିରେ କଳା ରଙ୍ଗର ପୋଷକ ଉପରେ ରୋକ ଲାଗିଥିଲା। ଯାହାକୁ ନେଇ ବିବାଦ ଜୋର ଧରିଥିଲା। ପରବର୍ତ୍ତୀ ସମୟରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା।

ରାଲିରେ ସାମିଲ ଥିବା ଲୋକ କୌଣସି ରଙ୍ଗର ପୋଷକ ପିନ୍ଧି ଆସିପାରିବେ ବୋଲି ପଲାମୁ ବରିଷ୍ଠ ପୋଲିସ ଅଧିକାରୀ ଇନ୍ଦ୍ରଜିତ ମେହେତା ସୂଚନା ଦେଇଥିଲେ।

ପୂର୍ବରୁ ପଲାମୁ ଏସ୍‌ପି ଆଖପାଖ ଅଞ୍ଚଳରେ ଥିବା ଡିସିଙ୍କୁ ଏହି ସମ୍ବନ୍ଧରେ ଚିଠି ଲେଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଅଧିକାରୀ, କର୍ମଚାରୀ ଏବଂ ସାଧାରଣ ଲୋକ କଳା ରଙ୍ଗର ଡ୍ରେସ୍‌, ଚାଦର, ଶାର୍ଟ, ଟାଇ, ମଫଲର, ପର୍ସ, ବ୍ୟାଗ୍‌ ଆଦି କଳାରଙ୍ଗ ଜିନିଷ ଆଣି ପାରିବେ ନାହିଁ ବୋଲି ଚିଠିରେ ଲଖାଯାଇଥିଲା।

Comment