ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ଚୀନ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ କହିଛନ୍ତି। ଏଥିନେଇ ଉଚ୍ଚ ଅଧିକାରୀଙ୍କ ସହ ଏକ ବୈଠକ ହୋଇଥିଲା। ବୈଠକରେ ରାଷ୍ଟ୍ରପତି ଜିନପିଙ୍ଗ୍ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦକ୍ଷିଣ ଚୀନ ସାଗରରେ ଆଞ୍ଚଳିକ ବିବାଦ, ବ୍ୟାପାରରେ ତାଇବାନ ସ୍ଥିତିକୁ ନେଇ ପାଇଁ ଆମେରିକା ସହ ବଢୁଥିବା ଦୂରତାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜିନପିଙ୍ଗ୍ ଏହା କହିଛନ୍ତି। ବର୍ତ୍ତମାନ ଚୀନ ସେଂଟ୍ରାଲ ମିଲିଟାରୀ କମିଶନର ଅଧ୍ୟକ୍ଷ ଦାୟିତ୍ତ୍ୱରେ ଅଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ୍।

ସମଗ୍ର ବିଶ୍ୱ ଏବେ ପରିବର୍ତ୍ତନ ସ୍ଥିତରେ ରହିଛି,ଯାହାକି ଏହି ଦଶକରେ କେବେ ଦେଖାଯାଇନାହିଁ। ଏଭଳି ସମୟରେ ମଧ୍ୟ ଚୀନ ବିକାଶର ଅଗ୍ରଗତିସର ହେଉଛି। ଆପତକାଳୀନ ସ୍ଥିତିରେ ସଶସ୍ତ୍ର ବାହିନୀକୁ ସଜାଗ ରହିବା ଆବଶ୍ୟକ ରହିଛି ବୋଲି ରାଷ୍ଟ୍ରପତି ସେନାକୁ କହିଛନ୍ତି।

Comment