ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଆଜି ଜନ୍ମଦିବସ। ସେ ୬୩ ବର୍ଷ ବୟସରେ ପହଞ୍ଚିଛନ୍ତି। ମମତାଙ୍କର କେବଳ ରାଜନୀତି ନୁହେଁ ଖେଳରେ ବ ଅଭିଜ୍ଞତା ରହିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେବଳ ରାଜନୀତିରେ ନୁହେଁ ଖେଳରେ ମଧ୍ୟ ଅଭିଜ୍ଞତା ରଖିଛନ୍ତି। ୬୩ ବର୍ଷ ବୟସରେ ମମତାଙ୍କୁ ବ୍ୟାଡମିଣ୍ଟନ ଖେଳୁଥିବାର ଦେଖାଯାଇଛି। ମମତା ନିଜେ ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ବ୍ୟାଡମିଣ୍ଟନ ଖେଳୁଥିବା ସମୟର ଏକ ଭିଡିଓ ଶେୟାର କରିଛନ୍ତି।

ଏହି ଭିଡିଓ ଗରୁବାର ସୋସିଆଲ ମିଡିଆରେ ଶେୟାର ହୋଇଥିବା ଜଣାପଡ଼ିଛି। ମମତା ବାନାର୍ଜୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତ କରୁଛନ୍ତି। ତେବେ ସେ ନିକଟରେ ବୋଲପୁର ଅଞ୍ଚଳକୁ ଯାଇଥିଲେ। ସେଠାରେ ବ୍ୟାଡମିଣ୍ଟନ ଖେଳିଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କେବଳ ବ୍ୟାଡମିଣ୍ଟନ ନୁହେଁ ମମତା ଫିଟନେସ ପାଇଁ ପ୍ରତିଦିନ କିଛି ବାଟ ପଦଯାତ୍ରା କରିଥାନ୍ତି।

ତେବେ ମମତାଙ୍କର ଆଜି ଜନ୍ମଦିବସ। ସେ ୬୩ ବର୍ଷ ବୟସରେ ପହଞ୍ଚିଛନ୍ତି। ମମତା ୧୯୫୫ ମସିହା ଜାନୁଆରୀ ୫ରେ ଜନ୍ମ ଗ୍ରହଣ କରିଥିଲେ। ଏହି ବୟସରେ ବି ସେ ସ୍ଵାସ୍ଥ୍ୟ ପ୍ରତି ବେଶ୍ ସଚେତନ ରହିଛନ୍ତି। ତେବେ ମମତାଙ୍କର ଖେଳ ପ୍ରତି ଖାସ କରି ବ୍ୟାଡମିଣ୍ଟନ ପ୍ରତି ଟିକେ ଦୁର୍ବଳତା ରହିଛି।

Comment